ଭୁବନେଶ୍ବର : ବିଭିନ୍ନ ଅଞ୍ଚଳର ବିଜେଡି ଓ କଂଗ୍ରେସ ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଆଳି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଆର୍ତ୍ତତ୍ରାଣ ମଲ୍ଲିକ, ରାଜ୍ୟ ବିଜେଡି ଆଇନଜୀବୀ ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ, ବିଜେଡି କଟକ ଜିଲ୍ଲା ଉପସଭାପତି କେଦାରନାଥ ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ସେହିପରି ବଡ଼ଚଣା ନିର୍ବାଚନମଣ୍ଡଳୀର ବିଜେଡି ନେତା ଯଶବନ୍ତ ସାମଲ, ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଉପାସନା ପାତ୍ର, ବଡ଼ଚଣାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ଶାନ୍ତି, ଧର୍ମଶାଳା ନିର୍ବାଚନମଣ୍ଡଳୀର ପିସିସି ସମ୍ପାଦକ ଅଧୀର କୁମାର ଜେନା, ଶୁଭ୍ରାଂଶୁ ସାମଲ, ରଜତ କୁମାର ଦାସଙ୍କ ସମେତ ବିଜେଡି ଓ କଂଗ୍ରେସର ବହୁ କର୍ମୀ ବିଜେପିରେ ମିଶିଥିଲେ। ବିଜେପି ଉପସଭାପତି ସମୀର ମହାନ୍ତି ମିଶ୍ରଣ ପର୍ବକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁ ତରାଇ ଓ ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।
ବିଜେପିର ମିଶ୍ରଣ ପର୍ବ
/sambad/media/post_attachments/wp-content/uploads/2019/04/bjp-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)