ଭୁବନେଶ୍ବର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି ରମାରଞ୍ଜନ ବଳିୟାରସିଂହଙ୍କ ଉପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ଏସ୍ସି ମୋର୍ଚ୍ଚାର ସଭାପତି ଅଭିମନ୍ୟୁ ମଲ୍ଲିକ ବିଜେପିରେ ସାମିଲ ହୋଇଥିଲେ। କଣ୍ଟାପଡ଼ା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ସନ୍ଧ୍ୟାରାଣୀ ଦାସ, ଗୋବିନ୍ଦପୁର ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ସ୍ବାଇଁ, ନୂଆ ଗାଁ ପଞ୍ଚାୟତର ସଭାପତି ପ୍ରମୋଦ ଦାସ, ବିଜେଡି ନେତା ଫକୀର ମୋହନ ଦାସଙ୍କ ସମେତ ନିଆଳି ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ସେହିପରି ପୋସ୍ତଳ ପଞ୍ଚାୟତ ଓ ତାଳଚେର ପୌର ମଣ୍ଡଳର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଥିଲେ। ମିଶ୍ରଣ ପର୍ବରେ ନିଆଳିର ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ, ବରିଷ୍ଠ ନେତା ପ୍ରତାପ ରାଉତରାୟ, ବେଣୁଧର ବେହେରା, ଯୁବେମାର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ମିଶ୍ରଣ ପର୍ବ
/sambad/media/post_attachments/wp-content/uploads/2019/04/bjp-f-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)