ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀରେ ଆଜି ଭୋଟ ଗ୍ରହଣ ହେଉଥିବା ବେଳେ ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳକଣା ବୁଥରେ ବିଜେପି ବିଧାୟକ ପାର୍ଥୀ ନରସିଂହ ଭତ୍ରା ହଟହଟା ହେବା ଜଣାପଡ଼ିଛି।
ସୂଚନା ପ୍ରକରେ ବିଜେପି ବିଧାୟକ ପାର୍ଥୀ ଶ୍ରୀ ଭତ୍ରା କୁହୁରାକୋଟ ଗ୍ରାମରୁ ଦେଉଳକଣା ଗ୍ରାମ ଆସିବା ପରେ ଦେଉଳକଣାରେ ଥିବା ବୁଥ ଭିତରକୁ ପ୍ରବେଶ କରିଥିଲେ।ତେବେ ସେଠାରେ ଥିବା କିଛି ନିର୍ଦ୍ଦିଷ୍ଟ ଦଳର ଲୋକ ବୁଥ ଭିତରେ କାହିଁକି ପ୍ରବେଶ କଲେ ବୋଲି ପ୍ରଶ୍ନ କରିବା ସହ ବିରୋଧ କରିଥିଲେ।
ସେହିପରି ଟଣାଓଟରା କରି ବୁଥ ବାହାରକୁ ବାହାର କରିଥିଲେ। ଶେଷରେ ଝରିଗାଁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ବିଧାୟକ ପାର୍ଥୀ ଶ୍ରୀ ଭତ୍ରାଙ୍କୁ ଘଟଣା ସ୍ଥଳରୁ ପଠାଇ ଦେଇ ଥିଲେ। ପରେ ଶ୍ରୀ ଭତ୍ରା ନିଜ ସମର୍ଥକମାନଙ୍କ ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/b5eac6b3-29a8-49db-814e-89233239a806-1.jpeg)