ସମ୍ବଲପୁର: ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶାର ୨୨ ବିଜେପି ବିଧାୟକ। ଆସନ୍ତା ୧୯ ତାରିଖ ରାତିରେ ରାଜଧାନୀରେ ସମସ୍ତେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ବାହାରିବେ। ୨୦ ଓ ୨୧ ତାରିଖ ଦୁଇ ଦିନ ସେମାନଙ୍କର ଦିଲ୍ଲୀରେ ରହଣି କାର୍ଯ୍ୟକ୍ରମ ‌ରହିଛି। ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସଂସଦ ଅଧିବେଶନ ଚାଲିଥିବାରୁ ବର୍ତ୍ତମାନ ଦିଲ୍ଲୀରେ ଦଳର ସବୁ ସାଂସଦ ରହିଛନ୍ତି।

Advertisment

ଏହି ସାକ୍ଷାତ ସମୟରେ ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ବର୍ତ୍ତମାନ ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ। ରାଜ୍ୟ ବିଧାନସଭା ସହିତ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ରହିଛି। ନିକଟରେ ଦେଶର ୫ଟି ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ବଡ଼ ରାଜ୍ୟରେ ବିଜେପିର ବୃହତ୍ ବିଜୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଧାୟକ ଓ ସାଂସଦଙ୍କ ଦଳୀୟ ନେତୃବର୍ଗଙ୍କୁ ସାକ୍ଷାତ ଆଲୋଚନା ରାଜ‌ନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।