ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ବିକାଶ ପାଇଁ ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ପଦଯାତ୍ରା କଲେ ସାଂସଦ ଅପରାଜିତା

ଭୁବନେଶ୍ବର: ଅପରାଜିତାଙ୍କ ହେରିଟେଜ୍ ୱାକ୍ । ଐତିହ୍ୟ ଓ କିର୍ତ୍ତୀରାଜିର ସୁରକ୍ଷା ଓ ବିକାଶ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରିଛନ୍ତି ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ କେଦାରଗୌରୀ ଯାଏ ଏହି ପଦଯାତ୍ରା କରାଯାଉଛି । ୧୯୫୮ ଆମସାର୍ ଆଇନ୍ ଅଧୀନରେ ଏକାମ୍ର କ୍ଷେତ୍ରର ବିକାଶ କାମ ପାଇଁ ଦାବି କରି ଆସୁଛନ୍ତି ଅପରାଜିତା । ପୂର୍ବରୁ ବାଏ-ଲ’କୁ ନେଇ ଭିନ୍ନ ମତ ପୋଷଣ କରିଆସିଛନ୍ତି ଅପରାଜିତା ଷଡ଼ଙ୍ଗୀ, ଯାହାକୁ ନେଇ ବିବାଦ ବି ସୃଷ୍ଟି ହୋଇସାରିଛି ।

ଆମସାର୍ ଆଇନ ଅନୁସାରେ ବିକାଶ ପାଇଁ ଅପରାଜିତା କହୁଥିବା ବେଳେ ବିଜେଡି କିନ୍ତୁ ମନ୍ଦିର ଚତୁଃପାର୍ଶ୍ବରେ ଜବରଦଖଲ ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ କରିଆସୁଛି । ଶୁକସାରୀ ଓ ଅନ୍ୟ ମନ୍ଦିରର ଖନନ ଦ୍ୱାରା କେମିତି ପ୍ରାଚୀନ କିର୍ତ୍ତୀରାଜି ସବୁକୁ ନଷ୍ଟ କରାଯାଉଛି, ସେ ସମ୍ପର୍କରେ ବି ଅପରାଜିତା ପୂର୍ବରୁ ସିରିଜ୍ ଟୁଇଟ୍ କରିସାରିଛନ୍ତି । ଆଉ ଆଜି ପଦଯାତ୍ରା ସହିତ ଏକାମ୍ର କ୍ଷେତ୍ରର ବିକାଶ ପାଇଁ ସେ ଚିନ୍ତିତ ବୋଲି ଏକ ବାର୍ତ୍ତା ଦେଇଛନ୍ତି ।

ସମ୍ବନ୍ଧିତ ଖବର