ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ମିନାକ୍ଷୀ ଲେଖୀ

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଏବଂ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ମିନାକ୍ଷୀ ଲେଖୀ। ଶ୍ରୀମତୀ ଲେଖୀ ଆସନ୍ତାକାଲି ସକାଳେ ଭୁବନେଶ୍ୱର ପହଂଚି ସେଠାରୁ ଝାରସୁଗୁଡା ଗସ୍ତ କରିବେ । ଦିନ ୧୨ଟାରେ ଶ୍ରୀମତୀ ଲେଖୀ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଓପିଏମ ଖେଳପଡିଆରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

ଏହାପରେ ଶ୍ରୀମତୀ ଲେଖୀ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଖେଳ ପଡିଆ ଠାରେ ଦିନ ୩ଟାରେ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ । ସଭା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀମତୀ ଲେଖୀ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ବିଜୟ ସଂକଳ୍ପ ସମାବେଶରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ବିଜେପି ନେତ୍ରୀ ତଥା ସିନେ ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର