ରେଳ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦ

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର ସ୍ଥିତି ଓ ବିକାଶ ସମ୍ପର୍କରେ ରାଜ୍ୟର ବିଜେପି ସାଂସଦମାନେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ସାକ୍ଷାତ ହୋଇଥିଲା। ୭ ଜଣ ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀରେ ରେଳ ବିକାଶ ସଂକ୍ରାନ୍ତରେ ଅଲଗା ଅଲଗା ସ୍ମାରକପତ୍ର ପ୍ରଦାନ କରିଥିଲେ। ଓଡ଼ିଶାରେ ରେଳବାଇର ବିକାଶ କିପରି ତ୍ବରାନ୍ବିତ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଗଣମାଧ୍ୟମକୁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ ଓଡ଼ିଶାର ରେଳ ପ୍ରକଳ୍ପ ସମ୍ପର୍କରେ ଥିବା ସମସ୍ୟା ନେଇ ସାଂସଦମାନେ ଆଲୋଚନା କଲେ। ସବୁ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଭିଜନ୍ ରହିଛି ଯେ ପୂର୍ବୋଦୟ ହେଲେ ଭାରତ ଉଦୟ ହେବ। ପୂର୍ବ ଭାରତରେ ଓଡ଼ିଶାର ସ୍ଥାନ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟରେ ନିଶ୍ଚିତ ଭାବେ ବିକାଶ ତ୍ବରାନ୍ବିତ କରାଯିବ।

ସମ୍ବନ୍ଧିତ ଖବର