ଦେବଗଡ଼: ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ଗତକାଲି ସେ ବିଜେଡିରେ ଯୋଗଦେବାପରେ ଦଳ ତାଙ୍କୁ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ କରିଛି। ଏଥିସହିତ, ବେଶ୍ କିଛିଦିନ ହେଲା ଏଠାରେ ବିଜେଡି ଟିକେଟକୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗିରହିଥିଲା, ତାହାର ଅବସାନ ଘଟିଛି। ୧୯୯୫ ମସିହାରେ ଅରୁନ୍ଧତୀଙ୍କ ଶ୍ୱଶୁର ସ୍ବର୍ଗତ ପ୍ରଦୀପ୍ତ ଗଙ୍ଗଦେବ ଜନତା ଦଳରୁ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରେ ପ୍ରଦୀପ୍ତଙ୍କ ପୁଅ ନୀତେଶ ସ୍ୱାଧୀନ, କଂଗ୍ରେସ ଓ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ଏବେ ସେ ବିଜେପିର ସମ୍ବଲପୁର ସାଂସଦ ଅଛନ୍ତି। କିନ୍ତୁ ୨୦୨୪ ପାଇଁ ସମ୍ବଲପୁର ସଂସଦୀୟ ଆସନରୁ ତାଙ୍କୁ ସୁଯୋଗ ମିଳିନାହିଁ। ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ କଂଗ୍ରେସ ସେମ୍ ହେମ୍ରମଙ୍କୁ ସୁଯୋଗ ଦେଇଥିବା ବେଳେ ବିଜେଡି ଏଠାରେ ମହିଳା କାର୍ଡ ଖେଳି ଅରୁନ୍ଧତୀଙ୍କୁ ପ୍ରାର୍ଥୀ କରିଛି। ଟିକେଟ ପାଇବା ପରେ ଦେବଗଡ଼ ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବା ସହ ଜିଲ୍ଲାବାସୀ ତାଙ୍କ ସହିତ ଅଛନ୍ତି ବୋଲି ଅରୁନ୍ଧତୀ କହିଛନ୍ତି।
ବିଜେପି ସାଂସଦଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ: ଦେବଗଡ଼ରେ ବିଜେଡିର ଟିକେଟ କସରତ ଶେଷ
/sambad/media/post_attachments/wp-content/uploads/2024/04/GDJGDDJGGJ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)