ଭୁବନେଶ୍ବର: ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବା ଦରକାର। ଉପରେ କମଲ (ପଦ୍ମ) ଓ ତଳେ ବି ଏହା (କମଲ) ହେବା ଦରକାର। ଉପରେ ମୋଦୀ ଓ ତଳେ ମଧ୍ୟ ବିଜେପି ହେବା ଆବଶ୍ୟକ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା କହିଛନ୍ତି।
ଦୁଇଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ଶୁକ୍ରବାର ଜେପି ନଡ୍ଡା କହିଛନ୍ତି, ଜଗନ୍ନାଥଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିଗଲା। ଡୁପ୍ଲିକେଟ ଚାବି ଅଣାଗଲା। ଏଠାରେ ଡୁପ୍ଲିକେଟ ନେତା ଅଛନ୍ତି। ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବାକୁ ପଡ଼ିବ । ମନରେଗା କାମରେ ହେଉଥିବା ନକଲି ବିଲ୍ ବିରୋଧରେ ଲଢ଼ିବାକୁ ପଡ଼ିବ। ଏହି ଭ୍ରଷ୍ଟାଚାରୀ ସରକାର ବିରୋଧରେ ଲଢ଼ିବାକୁ ପଡ଼ିବ। ଏଠାକାର ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ଏମାନେ ରକ୍ଷକ ନୁହଁନ୍ତି। ବରଂ ଭକ୍ଷକ। ଏମାନଙ୍କ ଠାରୁ ମୁକ୍ତ ହେବାକୁ ପଡ଼ିବ। ଓଡିଶାରେ ପଦ୍ମ ଫୁଟାଇବାକୁ ପଡ଼ିବ। ଏଥି ସହିତ ସେ ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶକୁ ବିକଶିତ କରିବା ପାଇଁ ବିଜେପି ମୋର୍ଚ୍ଚାକୁ ଆହ୍ୱାନ ଦେଇଛନ୍ତି।
/sambad/media/post_attachments/wp-content/uploads/2022/09/bjp-nadda-m10.jpg)
ବିଜେପି ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବା, ମହିଳା ବଞ୍ଚିତ, ଦଳିତ ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କରୁଛନ୍ତି। ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ହିତ ସାଧନ କରିଆସିଛି। ଏଣୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଘରଘରକୁ ଯାଇ ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପ୍ରସାର କରିବା ଆବଶ୍ୟକ। ଓଡ଼ିଶାରେ ମୋଦୀ ସରକାର ଛଅଟି ନୂତନ ମେଡିକାଲ କଲେଜ ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢ଼ୁଛି। ଏକଥା ଗାଁଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ସେ ପରାମର୍ଶ ଦେଇଛନ୍ତି।
/sambad/media/post_attachments/wp-content/uploads/2022/09/8a201ad7-e41e-4c9f-a325-5cbdad3c4c1a-e1664543930864.jpg)
ତେବେ ବିଜେଡ଼ି କହିଛି ଦିଲ୍ଲୀରେ ବିଜେପିର ବସ୍ ରୁହନ୍ତି। ଦିଲ୍ଲୀରେ ଆମର କେହି ବସ୍ ନାହାନ୍ତି। ଦିଲ୍ଲୀରେ ପ୍ରଧାନ ସେବକ ଅଛନ୍ତି। ସମଗ୍ର ଭାରତୀୟଙ୍କ ବସ୍ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଆମେ ବସ୍ର ଭାଷା କହୁନାହୁୁଁ, ଆମେ ସେବାର ଭାଷା କହୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/b8d066a5-4df4-4f62-a79a-23439fe2eb1a.jpg)