ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଆଜି ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି।
ଓବିସି ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ଭାବେ ସୁବାସ ଜେନା, ସୁକାନ୍ତ ବିଶ୍ୱାଳ, ରାମଚନ୍ଦ୍ର ବେହେରା, ଦିଲୀପ କର୍ସେଲ, ଯଶୋବନ୍ତ ନାୟକ, ଦୁର୍ଗାପ୍ରସନ୍ନ ନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ରାଜ୍ୟ ସାଧାରଣ ସଂପାଦକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ରାଜ୍ୟ ସଂପାଦକ ଭାବେ ନରେନ୍ଦ୍ର ସାହୁ, ସିଦ୍ଧାର୍ଥ ଶଙ୍କର ପତି, ରଶ୍ମୀରଞ୍ଜନ ମୁଦୁଲି, ସସ୍ମିତା ଦେହୁରୀ, ବିବେକାନନ୍ଦ ଜେନା, କୋଷାଧ୍ୟକ୍ଷ ଭାବେ ସନ୍ତୋଷ ମହାପାତ୍ର, କାର୍ଯ୍ୟାଳୟ ସଂପାଦକ ଭାବେ ସତ୍ୟ ନାୟକ, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ସୈାମ୍ୟରଞ୍ଜନ ଓଝା, ଆଇଟି ସଂଯୋଜକ ଭାବେ ରଞ୍ଜିତା ନାୟକ, ଗଣମାଧ୍ୟମ ସଂଯୋଜକ ଭାବେ ଦୁଷ୍ମନ୍ତ ନାୟକ ଓ ପଲିସି ଏଣ୍ଡ ରିସର୍ଚ ସଂଯୋଜକ ଭାବେ ବିକାଶ ମହାକୁଡ଼ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାବାଦ ୨୪ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୧୩ଜଣ ସ୍ଥାୟୀ ନିୟନ୍ତ୍ରିତ ସଦସ୍ୟ ଓ ୨୨ଜଣ ସ୍ବତନ୍ତ୍ର ନିୟନ୍ତ୍ରିତ ସଦସ୍ୟଙ୍କୁ ମନୋନୀତ କରାଯାଇଥିବା ଶ୍ରୀ ବିଶ୍ବାଳ ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି।