ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଧରିବେ ଶଙ୍ଖ

ଖଡିଆଳ/ନୂଆପଡ଼ା : ବିଜେପି ରାଜ୍ୟ ସଭାପତି ତଥା ନୂଆପଡା ବିଧାୟକ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା (ଟିଟୁ) ବିଜେପିର ପଦ୍ମଫୁଲ ଛାଡି ବିଜେଡି ଶଙ୍ଖକୁ ଧରିବା ନେଇ ଚର୍ଚ୍ଚା େଜାର ଧରିଛି। ଶନିବାର ପୂର୍ବାହ୍ଣ ୧୧ଟାରେ ହରିଶଚନ୍ଦ୍ର ପଣ୍ଡା ନିଜ ୨୦୦ ଜଣ ସହଯୋଗୀଙ୍କୁ ନେଇ ଭୁବନେଶ୍ବର ନବୀନ ନିବାସରେ ଯୋଗଦାନ କରିବେ। ତେବେ ସାଙ୍ଗଠାନିକ ଦକ୍ଷତା ଓ ଯୁବଗୋଷ୍ଠୀ ଆଦର୍ଶ ପାଲଟିଥିବା ଏବେ ବିଜେପି ଛାଡ଼ି ବିଜେଡିରେ ଯୋଗଦେବା ବିଜେପି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର