ବଗଲା ଜମି ବିବାଦ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଜମି ବିକ୍ରିକୁ ବିରୋଧ କରି ପୁରୀରେ ବିଜେପିର ଧାରଣା

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଥିବା ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ ତିଆରି ପାଇଁ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ନେଇ ଅଭିଯୋଗ ହେବା ପରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ପୁରୀ, ବ୍ରହ୍ମଗିରି ବିଧାୟକଙ୍କ ସମେତ ଜିଲ୍ଲା ବିଜେପି ପକ୍ଷରୁ ଆଜି ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିଷ୍ପତିର ପୁନଃବିଚାର ପାଇଁ ଜିଲ୍ଲା ବିଜେପି ଦାବି କରିଛି । ଜିଲ୍ଲା ପ୍ରଶାସନ ୧୯୦୫ ମସିହାରେ ‘ବଗଲା ଧର୍ମଶାଳା’କୁ ଦାନ ସୂତ୍ରରେ ପାଇଥିଲା। ଏଠାରେ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ରହିବାର ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ କହ୍ନେଇଲାଲ ବଗଲା ଏହି ଦାନ କରିଥିଲେ ।

ବର୍ତମାନ କିନ୍ତୁ ବଗଲା ଧର୍ମଶାଳାର ଜମିକୁ ଘରୋଇ ଲଜ ତିଆରି ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ଦେବା ନେଇ ଯୋଜନା ହେଉଥିବା ଅଭିଯୋଗ ହେଉଛି । ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗରେ ହାଇକୋର୍ଟରେ ଆଉ ଏକ ମାମଲା ଦାଖଲ ହୋଇଛି । ସେପଟେ ଗତକାଲି କନକନ୍ୟୁଜ ହାତରେ ଲାଗିଛି ସେଲଡିଡ୍ । ସାମ୍ନାକୁ ଆସିଛି ବଗଲା ଜମି ବିକ୍ରିର ସେଲଡିଡ୍ । ୬ ଜଣ ଲଜ୍ ମାଲିକଙ୍କୁ ହାତକାଟି ଧର୍ମଶାଳା ଜମିକୁ ଟେକି ଦେଇଛି ପ୍ରଶାସନ । ଧର୍ମଶାଳା ଜମିରେ ଧର୍ମଶାଳା କରିବା ଦାବିରେ ସ୍ୱର ମିଳାଇଛନ୍ତି ପୂର୍ବତନ ପୁରୀ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି ।

ସମ୍ବନ୍ଧିତ ଖବର