ସ୍ୱାଧିକାର କମିଟିରୁ କେ.ଭି ସିଂହଦେଓଙ୍କ ଇସ୍ତଫା ପରେ ଜୋର ଧରିଲା ରାଜନୀତି

ଭୁବନେଶ୍ୱର : ବିଧାନସଭା ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କେଭି ସିଂହଦେଓ। ବିଧାନସଭା ଗୃହ କିମିଟି ନିକଟରେ ହାଜର ହେବା ପାଇଁ ଜଗି ମଙ୍ଗତ ପଣ୍ଡାଙ୍କୁ ଜାରି କରାଯାଇଥିବା ସମନକୁ ବିରୋଧ କରି ବିଧାନସଭା ସ୍ୱାଧିକାର କମିଟି ସଦସ୍ୟପଦରୁ ଇସ୍ତଫା ଦେଲେ କେଭି ସିଂହଦେଓ ।

ଏନେଇ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଚିଠି ଲେଖି ସ୍ୱାଧିକାର କମିଟିରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି କେ.ଭି ସିଂହଦେଓ । ଚିଠିରେ କେ.ଭି ଲେଖିଛନ୍ତି ଯେ, ସମ୍ପାଦକ କିମ୍ବା ଖବରଦାତାକୁ ନୋଟିସ ଜାରି କରାଯାଇଥାଏ । କିନ୍ତୁ ଜଣେ ଚ୍ୟାନେଲ ମାଲିକଙ୍କୁ ନୋଟିସ୍ କରାଯାଏ ନାହିଁ । ଏପରି କି ଓଡ଼ିଶାର ଜଣେ ମହିଳା ଉଦ୍ୟୋଗୀଙ୍କୁ ହାଜର ହେବା ପାଇଁ ସମନ ଜାରି କରିବା ଠିକ୍ ନୁହେଁ ବୋଲି ଯୁକ୍ତି ବାଢ଼ିଛନ୍ତି ବିଜେପି ବିରୋଧୀଦଳ ନେତା କେ.ଭି ସିଂହଦେଓ ।

ଏହା ପଛରେ ରାଜନୈତିକ କାରଣ ଥିବା ସ୍ପଷ୍ଟ ବାରି ହୋଇପଡୁଛି । ତେଣୁ ସେ କମିଟିରୁ ଇସ୍ତଫା ଦେଇଥିବା କହିଛନ୍ତି କେ.ଭି ସିଂହଦେଓ । ଏଭଳି କ୍ଷେତ୍ରରେ କମିଟିରେ ରହି ସେ କାମ କରିବାକୁ ଚାହୁଁନଥିବା କହିଛନ୍ତି କେ.ଭି । ସୂଚନା ମୁତାବକ ଗତ ନଭେମ୍ବର ୨୦ ତାରିଖରେ ଓଟିଭିରେ ପ୍ରସାରଣ ହୋଇଥିବା ଏକ ଖବରକୁ ନେଇ ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ । ଏବେ କେ.ଭିଙ୍କ ସ୍ୱାଧିକାର କମିଟିରୁ ଇସ୍ତଫା ଦେବା ପରେ ରାଜନୀତି ଜୋର ଧରିଛି ।

ସମ୍ବନ୍ଧିତ ଖବର