ଭୁବନେଶ୍ବର : ରାଫେଲ ପ୍ରସଙ୍ଗରେ ଦେଶର ସାଧାରଣ ଜନତାଙ୍କୁ ରାହୁଲ ଗାନ୍ଧୀ େଯପରି ଭାବେ ମିଛ କହି ବିଭ୍ରାନ୍ତ କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟଙ୍କ ଦ୍ବାରା ରାହୁଲ ଗାନ୍ଧୀଙ୍କ ମିଛ ଧରା ପଡ଼ିବା ପରେ ସେ ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ଆଜି ଏହି ଦାବି ନେଇ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭୁବନେଶ୍ବରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ହୋଇଥିବା ପ୍ରତିବାଦ ପଦଯାତ୍ରାରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଯୋଗ ଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ରାହୁଲ ଗାନ୍ଧୀ ଯେପରି ଅପଶବ୍ଦ କହିଥିଲେ, ସେଥି ପାଇଁ େସ କୋର୍ଟରେ କ୍ଷମା ମାଗିଛନ୍ତି। ଖାଲି କୋର୍ଟରେ ନୁହେଁ, ଦେଶର ଜନତାଙ୍କ ସାମ୍ନାରେ ସେ କ୍ଷମା ମାଗନ୍ତୁ। ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି କଂଗ୍ରେସ ଯେପରି ଭାବେ ମିଥ୍ୟାରୋପ ଚଳାଇ ଆସୁଥିଲା, ତାହା ଏବେ ସ୍ପଷ୍ଟ ହୋଇଛି। ପ୍ରଥମେ ରାହୁଲ ଗାନ୍ଧୀ ଓ କଂଗ୍ରେସର ମିଥ୍ୟା ତଥ୍ୟକୁ କୋର୍ଟ ଖାରଜ କରିଥିଲେ। ପରେ ଦେଶର ଜନତାଙ୍କ ଅଦାଲତରେ ବି ସେମାନଙ୍କ ପରାଜୟ ହେଲା। ପରେ ପୁଣି ଥରେ ସେମାନଙ୍କ ଅପଚେଷ୍ଟା ଉପରୁ ପରଦା ହଟିଛି ବୋଲି ଶ୍ରୀ ସିଂହ କହିଥିଲେ। ଏହି ପ୍ରତିବାଦ ପଦଯାତ୍ରାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପ ସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ଦଳର ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେପିର ବିକ୍ଷୋଭ
/sambad/media/post_attachments/wp-content/uploads/2019/11/bjp-protest-against-rahul-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)