ନୂଆପଡ଼ା : ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତକୁ ଆଜି ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଅଫିସ୍କୁ ବିଜେପି କର୍ମୀମାନେ ଧସେଇ ପଶିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଜଣେ ପୁଲିସ ହତ୍ୟା କରିଥିବା ବେଳେ ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ମନେ କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ବହୁ ବିଜେପି ନେତା ଓ କର୍ମୀ ନୂଆପଡ଼ା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲେ। ଅଫିସ୍ ସମ୍ମୁଖରେ ୩ ଘଣ୍ଟା ଧରି ଧାରଣା ଦେବା ସହ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ। ପରେ ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ୍କୁ ଧସେଇ ପଶିବା ସମୟରେ ବିଜେପି କର୍ମୀଙ୍କୁ ପୁଲିସ ଅଟକାଇଥିଲା। ଯାହାଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
/sambad/media/post_attachments/wp-content/uploads/2023/02/im1-750x430.jpg)
ଆଜିର ଧାରଣାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ହୋମସିଂ ମାଝୀ, ଯଦୁମଣି ପାଣିଗ୍ରାହୀ, ସାଧାରଣ ସଂପାଦକ ଦେବଦେବ ସିଂ, ତୁଳିସ ପଟେଲ, କମଳେଶ ଦୀକ୍ଷିତ, ଚନ୍ଦନ ଠାକୁର, ବିକ୍ରମ ଆଡ଼ବଙ୍ଗ, ମନିଜର ଆର୍ଯ୍ୟ, ସୋନିଆ ଜୈନ, ଜିଲ୍ଲା ପରିଷଦ ଅଶା ଜୈନ, ସୁଶାନ୍ତ ପତି, ପୃଥିରାମ ମହାନ୍ତି, ଲୋହିତ ଶବର, ମୁରଲୀଧର ସୁନା, ଦୃଷ୍ଟି ମାଝୀ, କମଳେଶ ଠାକୁର, ଦେବଦତ୍ତ ଦୀକ୍ଷିତ, ସଦାନନ୍ଦ ଯୋଷୀ, ସରିତା ସିଂ, ଗୋଲୁ ଦଣ୍ଡସେନାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/im2.jpg)