ବଲାଙ୍ଗୀର : ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ପେଲେସ ଲାଇନସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହେବା, କିଛି କାରଣ ନଥାଇ ୩୩ କେଭି ଖରାପ ଅଛି କହି ବିଦ୍ୟୁତ କାଟିବା, ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ପଦ ପୂରଣ ନକରିବା, ସେବା ନଯୋଗାଇ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କୁ ଶୋଷଣ କରିବା ଆଦି ଅଭିଯୋଗ କରି ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା।
ଏହି ବିକ୍ଷୋଭ ସଭାରେ ଶଶି ପୁରୋହିତ, ପ୍ରଭାସ ପାଣିଗ୍ରାହୀ, ଗୋପାଲଜୀ ପାଣିଗ୍ରାହୀ, ଶିବଦତ୍ତ ମିଶ୍ର, ପଙ୍କଜିନୀ ପଣ୍ଡା, ପୀତାମ୍ବର ଖମାରୀ, ଚିତ୍ତ ମିଶ୍ର, ଦୀନେଶ ଶର୍ମା, ହରିଶଙ୍କର ଛତ୍ରିଆ, ପ୍ରଦୀପ ସାହୁ, ରଞ୍ଜିତା ପାଣିଗ୍ରାହୀ, ଅନସୂୟା ବେଜ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ସୌଦାମିନୀ ମିଶ୍ର, ଗାୟତ୍ରୀ ଦାସ, ନରେଶ ଅଗ୍ରୱାଲ, ପୁରୁଷୋତ୍ତମ ସାହୁ, ଦଶମୁ ସୁନା, ସନ୍ତୋଷ ପ୍ରଧାନୀ, ଅଭି ବୁଡ଼େକ, ମଧୁ ପଣ୍ଡା, ସାନନ୍ଦ କାଲସାଏ, ଧର୍ମେନ୍ଦ୍ର ଅଗ୍ରୱାଲ, ଜୟକୃଷ୍ଣ ସାହୁ, ରାଧେଶ୍ୟାମ ସାହୁ, ନୀଳମଣି ସେଠ, ଶ୍ୟାମ ଗୁରୁ, ଦିଲୀପ ପଟ୍ଟନାୟକ, ଗଜେନ୍ଦ୍ର ଦଳାଇଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ। ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦିଆନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।