ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପିର ବିକ୍ଷୋଭ

ବ୍ୟାସନଗର : କରୋନା ମହାମାରୀ ସମୟରେ ଗତ ୬ ମାସରେ ବିଦ୍ୟୁତ୍ ବିଭାଗ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିଛି। ଛାତ୍ରଛାତ୍ରୀମାନେ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ପାଠ ପଢୁଥିବାବେଳେ ଅଘୋଷିତ ବିଦ୍ୟୁତ୍ କାଟ୍‌ ଯୋଗୁଁ ଏଥିରେ ବ୍ୟାଘାତ ସୃଷ୍ଟି ହେଉଛି। ଯୁବ ଉଦ୍ୟୋଗୀମାନେ ମଧ୍ୟ ଲୋ-ଭୋଲ୍‌ଟେଜ କାରଣରୁ କ୍ଷତି ସହୁଛନ୍ତି। ଏହାର ପ୍ରତିବାଦରେ ଆଜି ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜଙ୍କ ନେତୃତ୍ବର ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ବ୍ୟାସନଗରର ଗୋପବନ୍ଧୁ ଛକଠାରେ କରାଯାଇଛି।

ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଗୋପବନ୍ଧୁ ଛକରୁ ଯାଜପୁର ରୋଡ୍‌ ରେଳଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ତୁରନ୍ତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହ୍ରାସ ପାଇଁ ଦାବି କରିଥିଲେ। ଏଥିରେ ରାଜ୍ୟ ମହିଳା ସମ୍ପାଦିକା ଇତିଶ୍ରୀ ଜେନା, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଅଯୋଧ୍ୟା ଜେନା, ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସ, ନିରଞ୍ଜନ ଘଡ଼େଇ, ନଟବର ବେହୁରିଆ, ସରୋଜ ଦେ, ଶର୍ମିଲା ଦେଓ, ବିଶ୍ୱଜିତ୍ ସିଂ, ମନୋଜ ଦାସ, ସୁଶାନ୍ତ ସାହୁ, ମନୋରଞ୍ଜନ ନାୟକ, ଅମ୍ଳାନ ସାହୁ, ସନ୍ଦୀପ ପରିଡ଼ା, ଅମର ମଲ୍ଲିକ, କିରଣ ଜେନା, ଶୁଭାଶିଷ ମହାନ୍ତି, ଗୋଲକ କର, ଲଲାଟେନ୍ଦୁ ନାୟକ, ପ୍ରଶାନ୍ତ ସାହୁ, ସୁବାସ ମଲ୍ଲିକ ଓ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଚଣ୍ଡିଖୋଲ/ବଡ଼ଚଣା : ଆଜି ବଡ଼ଚଣା ବିଜେପି ପକ୍ଷରୁ ବଡ଼ଚଣା ବିଦ୍ୟୁତ୍‌ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ଧାରଣା ଦିଆଯାଇଥିଲା। ବିଦ୍ୟୁତ୍‌ ଶୁଳ୍କବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଧାରଣାରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦିକା, ଜିଲ୍ଲା ବିଜେପି ମହିଳା ସେଲର ସୋସିଆଲ ମିଡିଆ ପ୍ରମୁଖ ଚିନ୍ମୟୀ ସାହୁ, ଜିଲ୍ଲା ବିଜେପି ସମ୍ପାଦକ ପ୍ରମୋଦ କୁମାର ଜେନା, ବେଣୁଧର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାମଲ, ନାରାୟଣ ସାମଲ, ବନ୍ଦିତା ରାଉତ, ନିରଞ୍ଜନ ମହାନ୍ତି, ହରିଶଙ୍କର ପଣ୍ଡା, ପ୍ରଭାକର ମଲ୍ଲିକ, ବାଇଧର ସେନାପତି, ବିକାଶ ମହାପାତ୍ର, କିଶୋର ରାଉତ, ଦେବେନ୍ଦ୍ର ଜେନା, ଅମିୟ ସାହାଣୀ, ସଂଜୁଲତା ପ୍ରଧାନ, ବଟକୃଷ୍ଣ ନାୟକ ଓ ଅକ୍ଷୟ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ବିଂଝାରପୁର : ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ଉପଭୋକ୍ତା ମାରଣନୀତି ପ୍ରତିବାଦରେ ଆଜି ବିଂଝାରପୁର ବିଜେପି ପକ୍ଷରୁ ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକଙ୍କ ନେତୃତ୍ବରେ ଶତାଧିକ କର୍ମୀ ବାଳମୁକୁଳିସ୍ଥିତ ଅନ୍ନପୂର୍ଣ୍ଣା ପଡ଼ିଆରୁ ଶୋଭାଯାତ୍ରାରେ ବାହାରି ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ସଭାରେ ମଣ୍ଡଳ ସଭାପତି ସୁଶାନ୍ତ ସାମଲ, ମଦନମୋହନ ଯେନା, ଦୀନବନ୍ଧୁ ଦାସ, ନିରଂଜନ ବେଉରିଆ, ବିରଞ୍ଚି ନାରାୟଣ ନାୟକ, ଷ୍ଟାଲିନ ଦାସ, ପ୍ରେମଲତା ଯେନା, ଟିକିଲି ମଲିକ, ରାମଚନ୍ଦ୍ର ନାୟକ, ଗୋକୁଳାନନ୍ଦ ଯେନା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବି କରିଥିଲେ। ଧୀରେନ୍ଦ୍ର ନାୟକ, ରମାକାନ୍ତ ଦାସ, ବିପିନ ନାୟକ, ଶ୍ରୀଧର ଯେନା, ରାଜନ ଗୋଚ୍ଛାୟତ, ଚକ୍ରଧର ନାୟକ, ଦେବେନ୍ଦ୍ର ବିଶ୍ବାଳ, ଗୌରାଙ୍ଗ ମୁଦୁଲି, ନନ୍ଦ ମଲିକ, ପ୍ରଫୁଲ୍ଲ ରଣା, ଭଗବାନ ସାମଲ, ସୌମ୍ୟରଂଜନ ସାମଲ, ଅଭିମନ୍ୟୁ ସାହୁ, ଦ୍ବାରିକାନାଥ ସାମଲ ଓ ଶଶଧର ରାଉତ ଉପସ୍ଥିତ ଥିଲେ।

ବରୀ: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହ୍ରାସ କରିବା ଓ ନିରବଚ୍ଛିନ୍ନ ସେବା ଯୋଗାଣ ଦାବି‌ ନେଇ ଆଜି ବିଜେପି ପକ୍ଷରୁ ବରୀ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ବରୀର ବିଜେପି ନେତା ବିଶ୍ବରଂଜନ ମଲ୍ଲିକଙ୍କ ନେତୃତ୍ବରେ ଶତାଧିକ ସମର୍ଥକ ସେଠାରେ ପ୍ରତିବାଦ ସଭା କରିବା ସହିତ ‘ସେବା କମ୍ ଟିକସ ଅଧିକ’ ନୀତି ରାଜ୍ୟ ସରକାର ଆପଣାଇଥିବାର କହି ସମାଲୋଚନା କରିଥିଲେ। ଦଳ ପକ୍ଷରୁ ୧୦ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ସଂଯୋଗ ନଥାଇ ହଜାରହଜାର ଟଙ୍କାର ଆସୁଥିବା ବିଲ୍‌ ସଂଶୋଧନ, ୯ଟି ସରକାରୀ କଲେଜ ଉପରେ ବକେୟା ଥିବା ୫୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ଆଦାୟ ଆଦି ୧୦ ଦଫା ଦାବି କରାଯାଇଥିଲା। ବରୀ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ଦୀପ୍ତିରଂଜନ ବିଶ୍ବାଳ ଦାବିପତ୍ର ଗ୍ରହଣ କରିଥିଲେ। ଏଥିରେ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଜିଲ୍ଲାପରିଷଦ ସଭ୍ୟା ରଂଜିତା ସାମଲ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ସରପଞ୍ଚ ବିଜୟ କିଶୋର ସାହାଣୀ, ବୀରେନ୍ଦ୍ର କୁମାର ମିଶ୍ର, ଅଙ୍କୁର ମଲିକ, ପ୍ରଣକ କୁମାର ଦାସ ଓ ଦିଲୀପ କୁମାର ମହାନ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର