ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ମନ୍ତବ୍ୟ ପ୍ରତିବାଦରେ ବିଜେପିର ବିକ୍ଷୋଭ 

ବାଲେଶ୍ବର: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତାଙ୍କ ଘୃଣ୍ୟ ମନ୍ତବ୍ୟ ପ୍ରତିବାଦରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଅଜୟ କୁମାରଙ୍କ ଦ୍ରୌପଦୀ ମୁର୍ମୁଙ୍କ ଘୃଣ୍ୟ ମନ୍ତବ୍ୟ କେବଳ ଯେ ଆଦିବାସୀ ଓ ମହିଳା ବିରୋଧୀ ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ଆବେଗକୁ ଆଘାତ ଦେଇଛି। ଏହାର ପ୍ରତିବାଦରେ ଗୁରୁବାର ଦିନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ଥାନୀୟ ଫାଣ୍ତିଛକ ଠାରେ କାର୍ଯ୍ୟକର୍ତ୍ତା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ଘୃଣ୍ୟ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ ପଡ଼ିବ ବୋଲି ଯୁବନେତା ମାନସ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ବାଇଁ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ସୁଶାନ୍ତ ବର୍ଦ୍ଧନ, ଦୁକୁଲ ଘଡେଇ, ଆଇନଜୀବୀ ବୈଲୋଚନ ଦାଶ, ବିଜୟ ପାଣିଗ୍ରାହୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ରୋଜାଲିନ ପାଣି, ସରପ‌ଞ୍ଚ ରବିନାରାୟଣ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସହସଂଯୋଜକ ବିକାଶ ପାଢୀ, ପୂର୍ବତନ ରାଜ୍ୟ ସଂଯୋଜକ ପ୍ରବୀର ଶଙ୍କର ଦାଶ, ଜୀବନ ପାତ୍ର, ହରେନ୍ଦ୍ର ପ୍ରଧାନ, ନାରାୟଣ ଦତ୍ତ, ପ୍ରଦୀପ ଦାସ, ମହିଳା ନେତ୍ରୀ ସଂଯୁକ୍ତା ମହାପାତ୍ର, ମଧୁଶ୍ରୀ ମିଶ୍ର, ଶ୍ରୀୟା ଦାସ, ସସ୍ମିତା ଶୁକ୍ଳା, ସର୍ମିଷ୍ଠା ଦଳେଇ, ଝରଣା ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅରୁପ ଜେନା ଓ ମୁନା ମହନ୍ତ, ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ପବନ କାମିଳା ଓ ଦୁର୍ଗା ବେହେରା, ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ପ୍ରହଲ୍ଲାଦ ଦାସ, ସୌଭାଗ୍ୟ ମାନସ ନାୟକ, ତପନ ବେହେରା, ନିତିନ ଦାସ, କୌଶିକ ଚାନ୍ଦ, ପିଣ୍ଟୁ ପୋଦାର, ମହେଶ ସିଂହ, ପଙ୍କଜ ପେରିୱାଲ, ସେଖ ହଲିମ, ଜୀବନ ପାଣି, ଅବିନାଶ ସେଠୀ, ଉମେଶ ବେହେରା, ସନ୍ଦୀପ ଲେଙ୍କା, ଅଭୟ ସ୍ବାଇଁ, ସଞ୍ଜୀବ ପ୍ରଧାନ, ହିମାଂଶୁ ସେଠୀ, ସିଦ୍ଧାର୍ଥ ଦାସ, ସ୍ମୃତି ଦାସ, ପପୁ ମହାଳିକ, ଶକ୍ତି ଶଙ୍କର ପାଣିଗ୍ରାହୀ, ଆଶୁତୋଷ ସାହା, ଅମରଜିତ ଦାସ, ଦିନେଶ ରଣା, ଜିତେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର