ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ହିଂସା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ସାଢ଼େ୧୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍ ନଂ ୧୮୨ ଓ ୧୮୩କୁ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା ବିଧାୟିକା ରାଧାରାଣୀ ପଣ୍ଡା ଯାଇଥିଲେ । ସେଠାକୁ ରାଧାରାଣୀ ପଣ୍ଡାଙ୍କ ସହ ତାଙ୍କର ପିଏସଓ ରାଧେ କିସାନ୍ ମଧ୍ୟ ଯାଇଥିଲେ। ସେଠାରେ ହଠାତ୍ କିଛି ଲୋକ ରାଧେ କିସାନଙ୍କୁ ଠେଲି ତାଙ୍କ ଉପରକୁ ଆକ୍ରମଣ କରିଥିଲେ।ଏହାଫଳରେ ରାଧେଙ୍କର ମୁଣ୍ଡ ଫାଟିଯାଇଥିଲା।
/sambad/media/post_attachments/wp-content/uploads/2019/04/radharani-panda-twitter.jpg)
ଏହି ଘଟଣାକୁ ନେଇ ବ୍ରଜରାଜନଗର ବିଜେପି ପ୍ରାର୍ଥୀ ତଥା ବିଧାୟିକା ରାଧାରାଣୀ ପଣ୍ଡା ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେଡିର କର୍ମୀମାନେ ତାଙ୍କ ଉପରକୁ ଆକ୍ରମଣ କରିବାଲାଗି ଉଦ୍ୟମ କରୁଥିଲେ। ତେବେ ଏ ନେଇ ପୁଲିସ୍ ନିକଟରେ ଏଯାଏଁ ଅଭିଯୋଗ କରାଯାଇ ନଥିବା ଜଣାଯାଇଛି।ତେବେ ବିଜେଡି ପକ୍ଷରୁ ଏ ନେଇ କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବା ସୂଚନା ମିଳିଛି।