ରାୟଗଡା: ରାୟଗଡା ପୈାର ପରିଷଦ ଓ ସଦର ବ୍ଳକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଗର୍ଜିଛି ରାୟଗଡା ଜିଲ୍ଳା ବିଜେପି। ଜିଲ୍ଳା ବିଜେପି କମିଟି ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାୟଗଡା ନଗର ଓ ମଣ୍ଡଳର ଏକ ହଜାରରୁ ଊର୍ଦ୍ଧ୍ବ କର୍ମୀମାନେ ପ୍ରଥମେ ରାୟଗଡା ପୈାର ସଂସ୍ଥା କାର୍ଯ୍ୟାଳୟ ଓ ପରେ ପଂଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରି ବିଭିନ୍ନ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରି ସମସ୍ୟାର ସମାଧାନ ଦିଗରେ ଆଲୋଚନା କରିଥିଲେ।
ରାୟଗଡା ବିଜେପି ନଗର ସଭାନେତ୍ରୀ ମଂଜୁଳା ମିଣିୟାକା ରାୟଗଡା ମାର୍କେଟରେ ଶୌଚାଳୟ ନିର୍ମାଣ ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା, ସରକାରୀ ପେନସନ୍ ମାସିକ ୩ହଜାର ଟଙ୍କାକୁ ବୃଦ୍ଧି କରିବା, ରେଳବାଇ ଜାଗାରେ ଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ବ୍ୟବସ୍ଥା ତୁରନ୍ତ କରିବା, ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଭେଣ୍ଡିଙ୍ଗ୍ ଜୋନ୍ ପ୍ରଦାନ କରିବା, ୨୪ନମ୍ବର ୱାର୍ଡରେ ରାସ୍ତା ଓ ଡ୍ରେନେଜ ନିର୍ମାଣ କରିବା, ଅଣ୍ଡର ଗ୍ରାଉଣ୍ଡ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା, ରାଣୀଗୁଡା ଫାର୍ମ ଦେଇ ମା ମଝିଘରିଆଣୀ ମନ୍ଦିର ଯିବା ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବା, ରାୟଗଡା ଓଭର ବ୍ରିଜର ମରାମତି କରିବା, ସହରରେ ଲାଗିଥିବା ସିସିଟିଭିର ସଠିକ୍ ନିରୀକ୍ଷଣ କରିବା ସହ ପୈାର ପରିଷଦ ତରଫରୁ ଅଳିଆ ଆର୍ବଜନା ଉଠାଇବା ପାଇଁ ଲୋକଙ୍କ ଠାରୁ ଆଦାୟ ହେଉଥିବା ୩୦ ଟଙ୍କା ବ୍ୟବସ୍ଥା ବନ୍ଦ କରିବା ଭଳି ୧୧ଦଫା ଦାବି କରି ପୈାରସଂସ୍ଥା କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
/sambad/media/post_attachments/wp-content/uploads/2023/12/Rgda-BJP-rally-o-strike-1.jpg)
ସେହିପରି ରାୟଗଡା ବ୍ଳକର ବିଭିନ୍ନ ସମସ୍ୟାକୁ ନେଇ ୨୧ଦଫା ଦାବିପତ୍ର ରାଜ୍ୟପାଙ୍କ ଉଦ୍ଦେଶ୍ୟରେ ବ୍ଳକ କର୍ତୁପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ବ୍ଳକରେ ଚାଷୀଙ୍କ ସମସ୍ୟା, ଶୀତଳଭଣ୍ଡାର ନିର୍ମାଣ, ମଦଭାଟିଗୁଡିକ ବନ୍ଦ କରିବା, କୃଷକ ବଜାର ଖୋଲିବା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୩ହଜାର ଟଙ୍କାଙ୍କୁ ବୃଦ୍ଧି କରିବା, ରାସ୍ତାଘାଟ ମରାମତି ସହ ନୂତନ ରାସ୍ତା ନିର୍ମାଣ କରିବା, ଶିକ୍ଷକ ପଦବି ପୂରଣ କରିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା, ଜମିହୀନଙ୍କୁ ପଟ୍ଟା ପ୍ରଦାନ ଭଳି ଦାବିଗୁଡିକ ଉଲ୍ଳେଖ କରାଯାଇଥିଲା।
ଏହି ଅବସରରେ ଜିଲ୍ଳା ବିଜେପି ନେତୃବୃନ୍ଦ ଓ କର୍ମୀମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ପ୍ରଥମେ ପୈାରସଂସ୍ଥା କାର୍ଯ୍ୟାଳୟ ଘେରାଉ ଦେଇ ରାୟଗଡା ବ୍ଳକ କାର୍ଯ୍ୟାଳୟରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା, ଜିଲ୍ଳା ବିଜେପି କମିଟି ଉପସଭାପତି ପଦ୍ମନାଭ ଦାସ, ଗୋପୀ ଆନନ୍ଦ, ସଂପାଦକ ପ୍ରତାପ ପୁଆଲା, ଜିଲ୍ଳା ଯୁବ ମୋର୍ଚ୍ଚା ସଭାପତି ଉମେଶ ଖୋସଲା, ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ବି.ଲକ୍ଷ୍ମୀ, ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ସଭାପତି ଭି.ଶ୍ରୀନୁ, ବରିଷ୍ଠ ନେତା ରଜତ ମାଦଳା, କୁମ୍ଭିକୋଟା ମଣ୍ଡଳ ସଭାପତି ବାଳଦାସ ପାଲକା, ପିପିଲଗୁଡା ମଣ୍ଡଳ ସଭାପତି ରବି ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Rgda-BJP-rally-o-strike-2.jpg)