ବିଜେପି ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ଉଦ୍‌ଯାପିତ

ପୁରୀ: ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଥିବା ବିଜେପି ରାଷ୍ଟ୍ରୀୟ ମହିଳା କାର୍ଯ୍ୟକାରିଣୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଦିବସରେ ଦଳର ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ପ୍ରଭାତୀ ପରିଡା ତିନି ଦିନର କାର୍ଯ୍ୟକାରିଣୀର ନିର୍ଯାସ ସଂପର୍କରେ ସୂଚନା ଦେଇଥିଲେ। ମହିଳା କର୍ମୀମାନେ ପ୍ରତିଶକ୍ତି କେନ୍ଦ୍ର ବୁଥ୍‌କୁ ଯିବେ। କେନ୍ଦ୍ର ସରକାରଙ୍କ ଯୋଜନା କଥା ମହିଳାଙ୍କୁ କହିବେ। ୨୦୧୯ ନିର୍ବାଚନରେ ବିଜେପି ସ୍ଥିତିକୁ ମଜ୍‌ବୁତ କରିବା ପାଇଁ ମହିଳା ମୋର୍ଚ୍ଚାର କର୍ମୀମାନେ କାମ କରିବେ ବୋଲି ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରାହେତକର କହିଛନ୍ତି। ଓଡ଼ିଶାରେ ଶକ୍ତି କେନ୍ଦ୍ର ପ୍ରତିନିଧି ସମ୍ମିଳନୀ ସଫଳ ହୋଇଥିବାରୁ ପ୍ରତି ରାଜ୍ୟରେ ଶକ୍ତି କେନ୍ଦ୍ରସ୍ତରୀୟ ପ୍ରତିନିଧି ସଭା ଆୟୋଜନ କରାଯିବ ଶ୍ରୀମତୀ ରାହେତକର ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ମିନାକ୍ଷୀ ଲେଖୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ନେତୃବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର