ବାଲି ଚୋରି, ନଦୀ ଶଯ୍ୟା ଜବରଦଖଲକୁ ବିରୋଧ କରିବ ବିଜେପି ନଦୀ ସୁରକ୍ଷା ସମିତି

ଭୁବନେଶ୍ବର : ରାଜ୍ୟରେ ପ୍ରବାହିତ ନଦୀଗୁଡ଼ିକର ଜଳ କଳକାରଖାନାର ଆବର୍ଜନା ଓ ସହରଗୁଡ଼ିକର ଦୂଷିତ ପାଣି ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହେଇ ଘୋର ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ନଦୀର ବାଲି ସରକାରୀ ଦଳର ବାଲିମାଫିଆଙ୍କ ଦ୍ୱାରା ହରିଲୁଟ ହେଉଛି। ନଦୀ ଶଯ୍ୟାକୁ ଜବରଦଖଲ କରି ଆଗାମୀ ଦିନ ପାଇଁ ଘୋର ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରାଯାଇଛି। ଏପରିକି କୃତ୍ରିମ ବନ୍ୟା ସୃଷ୍ଟି କରାଯାଉଛି । ଏହା ଅତ୍ୟନ୍ତ ବିପଦଜନକ। ଏହି କାର୍ଯ୍ୟରେ ଶାସକ ବିଜେଡିର ସିଧାସଳଖ ସଂପୃକ୍ତି ରହିଛି । ଆଗାମୀ ଦିନରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ଏନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ କହିଛନ୍ତି।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ‌େର ଶ୍ରୀ ସାହୁ କହିଛନ୍ତି ଯେ, ୧୯ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରା ରାଜ୍ୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେବ।

ସମ୍ବନ୍ଧିତ ଖବର