ବିଜୟ ସଂକଳ୍ପ ସମାବେଶ ଫସରଫାଟିଲା : ଦାମଙ୍କ ହିସାବ ଛିଡ଼ିଲାନି… !

ଜଗତସିଂହପୁର : ବିଜେପି ପକ୍ଷରୁ ଏରସମାରେ ଆଜି ବିଜୟ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଗତ କିଛି ଦିନ ଧରି ଚର୍ଚ୍ଚା େହଉଥିଲା, ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବହିଷ୍କୃତ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେପିରେ ମିଶିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ େହବାର ଥିଲା। ଏକଦା ‘ଲୁଣିପାଣିରେ ପଦ୍ମ ଫୁଟିବ ନାହିଁ’ ବୋଲି କହୁଥିବା ଡାକ୍ତର ରାଉତ ମଧ୍ୟ ବିଜେପି ପ୍ରତି ନିଜ ଆଭିମୁଖ୍ୟ ବଦଳାଇ ଦଳରେ ସାମିଲ ହେବା ନେଇ ପରୋକ୍ଷ ସୂଚନା ଦେଇଥିଲେ।

ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେପି ସହ ଦାମଙ୍କ ହିସାବ ଛିଡିପାରିନାହିଁ। ଏଣୁ ତାଙ୍କ ସାମିଲ ହେବା ଘଟଣା ଚର୍ଚାରେ ରହିଯାଇଛି। ଖାସ୍ ଏହି କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ସଭାକୁ ଆସିନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଆଜିର ବିଜୟ ସଂକଳ୍ପ ସମାବେଶ ଏକପ୍ରକାର ଫସର ଫାଟିଛି।

ଆଜି ଜିଲ୍ଲା ବିଜେପି ପକ୍ଷରୁ ଏରସମା ଓ ବିରିଡ଼ିରେ ଦୁଇଟି ସମାବେଶର ଆୟୋଜନ କରାଯାଇଥିଲା।ଏରସମାରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ବହିଷ୍କୃତ ବିଜେଡି ନେତା ଡାକ୍ତର ରାଉତ ଯୋଗଦେବେ ବୋଲି ଚର୍ଚା ହେଉଥିଲା। କାରଣ ଦାମ ନିଜ କଥା ବଦଳାଇ ସାରିଥିଲେ। କହିଥିଲେ, ‘ମୁଁ ଚାହିଁଲେ ଏଠାରୁ ପଦ୍ମ ଫୁଟାଇ ପାରିବି’। ସେ ଦିଲ୍ଲୀ ଗସ୍ତ କରିଥିଲେ ଓ ବିଜେପିରେ ସାମିଲ ହେବା ପାଇଁ ଧର୍ମେନ୍ଦ୍ରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ହେଲେ ଦଳରେ ସାମିଲ ହେବା ପାଇଁ ସେ କେତୋଟି ସର୍ତ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ସର୍ତ୍ତଗୁଡ଼ିକୁ ବିଜେପି ବର୍ତ୍ତମାନ ସୁଦ୍ଧା ପୂରଣ କରି ନାହିଁ। ବିେଜପିର ଜଣେ ବରିଷ୍ଠ େନତା ସୂଚନା େଦଇଛନ୍ତି, ଦାମ ବାବୁଙ୍କ ସର୍ତ ପୂରଣ ଦଳ ପାଇଁ ଏତେ ସହଜ ନୁହେଁ। ଏଭଳି ପରିସ୍ଥିତିରେ ଆଜି ଜିଲ୍ଲାରେ ଆୟୋଜିତ ସମାବେଶରେ ଦାମ ସାମିଲ ହୋଇ ନଥିବା କୁହାଯାଉଛି। ଏହାକୁ ନେଇ ଜିଲ୍ଲାରେ ରାଜନୈତିକ ଉଷ୍ଣତା ବି ବଢ଼ିବାରେ ଲାଗିଛି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଦାମ କେଉଁ ଦଳକୁ ଯିବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ଜିଲ୍ଲା ରାଜନୀତିରେ ଦାମଙ୍କ ଗୁରୁତ୍ବ ରହିଛି। ସେହି କାରଣରୁ ବିଜେପି ତାଙ୍କୁ ପାରାଦୀପ ଅଥବା ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥାନ୍ତା େବାଲି କୁହାଯାଉଥିଲା।

ସମ୍ବନ୍ଧିତ ଖବର