ପାଟଣା: ପାଟଣା ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମୁଖରେ ଆଜି ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀ ସଂଯୋଜକ ସୁଦର୍ଶନ ମହାନ୍ତଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗଦେଇ ଜନବିରୋଧୀ କାର୍ଯ୍ୟ ପାଇଁ ସରକାରଙ୍କ ବିରୋଧରେ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମମତା ନାଏକ, ଜିଲ୍ଲା ସମ୍ପାଦିକା ବିଜୟଲକ୍ଷ୍ମୀ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ବିଜେପି ନେତା ସତ୍ୟବ୍ରତ ନାଏକ, ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ମଣ୍ଡଳ ସଭାପତି ରମେଶ ମହାନ୍ତ, ମିତ୍ରଭାନୁ ମହାନ୍ତ, ବୁଲୁ ବାରିକ, ପ୍ରବୀର ନାୟକ, ନରହରି ମହାନ୍ତ, ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାପତି ସୋମବାରୀ ମୁଣ୍ଡା, ସମସ୍ତ ମଣ୍ଡଳ ଏବଂ ମୋର୍ଚ୍ଚାର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Advertisment

ନାରୀ ନିର୍ଯାତନା, ଦୁଷ୍କର୍ମ ଏବଂ ହତ୍ୟା ସମ୍ପୃକ୍ତ ଥିବା ନେତାମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରାଯାଇ ସେମାନଙ୍କୁ ଖସାଇଦେବାକୁ ଉଦ୍ୟମ କରାଯାଉଛି। ଏହାଦ୍ବାରା ପୀଡ଼ିତା ନ୍ୟାୟ ପାଉନାହାନ୍ତି ବୋଲି ଦଳୀୟ ନେତାମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।