ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଏସ୍ ସି ଜମିରଙ୍କ ବିରୋଧରେ ନାଗାଲାଣ୍ଡ୍ ବିଜେପି ଶାଖା ଅଭିଯୋଗ ଆଣିଛି। ରାଜ୍ୟପାଳ ପରି ଏକ ସାମ୍ବିଧାନିକ ପଦବିରେ ଥାଇ ମଧ୍ୟ ସେ ନାଗାଲାଣ୍ଡ୍ରେ କଂଗ୍ରେସ ଓ ନାଗାଲାଣ୍ଡ୍ ପିପୁଲ୍ସ୍ ଫ୍ରଣ୍ଟ୍ ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ନାଗାଲାଣ୍ଡ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ଦର୍ଶାଇଛି, ରାଜ୍ୟପାଳ ଭାବେ ଶପଥ ନେଲା ପରେ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେବା ଉଚିତ ନୁହେଁ। ନିରପେକ୍ଷ ଭାବେ ସେ ଦାୟିତ୍ୱ ତୁଲାଇବା ଉଚିତ। କିନ୍ତୁ କଂଗ୍ରେସ-ଏନ୍ପିଏଫ୍ ମେଣ୍ଟର କିଛି ପ୍ରାର୍ଥୀଙ୍କ ପାଇଁ ସେ ଖୋଲାଖୋଲି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ଏହା ଦ୍ୱାରା ସେ ସାମ୍ବିଧାନିକ ପଦବିର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି। ଯଦି ସେ ନାଗାଲାଣ୍ଡ୍ରେ ରାଜନୀତି କରିବାକୁ ଆଗ୍ରହୀ, ତେବେ ରାଜ୍ୟପାଳ ପଦବିରୁ ଇସ୍ତଫା ଦେବାକୁ ବିଜେପି ଦାବି କରିଛି। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନାଗାଲାଣ୍ଡ୍ ବିଜେପି ପକ୍ଷରୁ କୁହାଯାଇଛି।
ରାଜ୍ୟପାଳଙ୍କ ବିରୋଧରେ ନାଗାଲାଣ୍ଡ ବିଜେପିର ଅଭିଯୋଗ
/sambad/media/post_attachments/wp-content/uploads/2018/02/sc-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)