ଝୁମ୍ପୁରା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ଅଯୋଗ୍ୟ ହିତାଧାରୀଙ୍କୁ ବାଦ୍ ଦେଇ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବା ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଝୁମ୍ପୁରା ବ୍ଲକ୍ ଘେରାଉ କରାଯାଇଛି।
କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ବିଜେପି ଜିଲ୍ଲା ସଂପାଦକ ଅନୁବ୍ରତ ବେହେରା, ଝୁମ୍ପୁରା ମଣ୍ଡଳ ବିଜେପି ସଭାପତି ମହେନ୍ଦ୍ର ପଟ୍ଟନାୟକ, ଯୁବମୋର୍ଚ୍ଚାର ହେମରଂଜନ ବାରିକ, ଅନିଦ୍ୟ ବେହେରାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଝୁମ୍ପୁରା ବଜାର ପରିକ୍ରମା କରିବା ପରେ ବ୍ଲକ୍ କାର୍ଯ୍ୟଳୟରେ ପହଞ୍ଚିଥିଲେ। ଏନେଇ ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।