ଛତ୍ରପୁର: ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ରବିବାର ଦିନିକିଆ ଛତ୍ରପୁର ଗସ୍ତ କରିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ର ୧୦୧ତମ ଏପିସୋଡ୍ ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରବିବାର ସକାଳେ ଛତ୍ରପୁର ନିର୍ବାଚନମଣ୍ତଳୀର ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ସାମଲଙ୍କୁ କଲେଜ ଛକରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ବିରାଟ ବାଇକ୍ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ପରେ ହାଇସ୍କୁଲ ରୋଡ୍ ସ୍ଥିତ ଭାରତୀ ସେଲିବ୍ରେସନ୍ରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସହରର ୧୦ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଶ୍ରୀ ସାମଲ ସମ୍ବର୍ଦ୍ଧିତ କରିଥିଲେ।
ହକିରେ ରାଜ୍ୟ ପାଇଁ ଗୌରବ ଆଣିଥିବା ଶତ୍ରୁଘନ ନାହାକ, ସମାଜସେବୀ ନରହରି ସ୍ବାଇଁ , ପୂର୍ବତନ ନଗରପାଳ ଡି.ରାମା ରାଓ, ଛତ୍ରପୁର ସହରରେ ବିଜେପିର ପ୍ରତିଷ୍ଠାତା ସଦାଶିବ ସାହୁ, ଓଡ଼ିଶା ମାଟ୍ରିକ୍ ବୋର୍ଡ଼ ପରୀକ୍ଷାରେ ରାଜ୍ୟ ଟପର୍ ବିଷ୍ଣୁପ୍ରସାଦ ଶତପଥୀ, ଛତ୍ରପୁର ବ୍ଲକ୍ ଟପର ରୁଦ୍ରନାରାୟଣ ପଣ୍ତା, ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, କାଉନସିଲର ଗଣେଶ ରେଡ୍ଡୀ, ଅମରେଶ ମହାରଣା ଓ ଅରୁନ୍ଧତୀ ରେଡ୍ଡୀ ଓ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ପରେ ଶ୍ରୀ ସାମଲ ଦଳୀୟ ସଂଗଠନର ସ୍ଥିତି ବିଷୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ।
ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନମଣ୍ଡଳୀ ଓଡ଼ିଶା ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧିକ ଗୁରୁତ୍ବ ବହନ କରିବ। ବର୍ତ୍ତମାନ ଏହି ନିର୍ବାଚନମଣ୍ତଳୀର ୩ଟି ଏନ୍ଏସି ମଧ୍ୟରୁ ଦୁଇଟି ଏନ୍ଏସିରେ ଦଳର ସଂଗଠନ ଭଲ ରହିଛି। ତେବେ ଗ୍ରାମାଞ୍ଚଳ ଗୁଡ଼ିକରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ଗୁଡ଼ିକର ପ୍ରଚାରପ୍ରସାର ପାଇଁ ଦଳୀୟ କର୍ମୀ ଏବଂ ନେତାମାନେ ପ୍ରୟାସ ଆରମ୍ଭ କରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି। ଯଦ୍ବାରା ନିର୍ବାଚନରେ ସଫଳତାର ଆଶା ନିଶ୍ଚିତ ଭାବେ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।
ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ସାଂଗଠନିକ ସଭାପତି ବିଭୂତି ଭୂଷଣ ଜେନା, ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ରାଜ୍ୟ ଅନୂସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ଲୋକସଭାନିର୍ବାଚନମଣ୍ଡଳୀ ପ୍ରମୁଖ ସରୋଜ ସାବତ, ଲୋକସଭା ପ୍ରଭାରୀ ବିରଞ୍ଚି ତ୍ରିପାଠୀ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଂପାଦକ କୀର୍ତ୍ତନ ଦାସ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ତା, ଉପସଭାନେତ୍ରୀ ରଶ୍ମିତାରାଣୀ ମହାପାତ୍ର, ଛତ୍ରପୁର ମଣ୍ତଳ ସଭାପତି ସଞ୍ଜିତ ରାଉଳ, ଟାଙ୍ଗଣାପଲ୍ଲୀ ମଣ୍ତଳ ସଭାପତି ସମ୍ପଦ ନାହାକ, ଭିକାରିପଲ୍ଲୀ ମଣ୍ତଳ ସଭାପତି ପଦ୍ମଚରଣ ପରିଡ଼ା, କଣମଣା ମଣ୍ତଳ ସଭାପତି ଏନ୍.ଦୀନବନ୍ଧୁ, ଗଞ୍ଜାମ ମଣ୍ତଳ ସଭାପତି ଗୁରୁ ଚରଣ ରାଉଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ ଓ ବି.ଶଙ୍କର ରେଡ୍ଡୀଙ୍କ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/24-22.jpg)