ବିଶ୍ବକପ୍ ହକିର ଟିକେଟ୍ ନ ମିଳିବା ପ୍ରସଙ୍ଗ : ବିଜୁ ଯୁବ ବାହିନୀଙ୍କୁ ଟିକେଟ୍ ବଣ୍ଟାଯାଇଛି – ବିଜେପି

ଭୁବନେଶ୍ବର : ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବରେ ସାଧାରଣ ଲୋକଙ୍କୁ ଟିକେଟ୍ ନ ମିଳିବା ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ବିଜୁ ଯୁବ ବାହିନୀଙ୍କୁ ଟିକେଟ୍ ଦେଇ ସାଧାରଣ ଲୋକଙ୍କୁ ସରକାର ଭଣ୍ଡେଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଉଥିବା କାରଣରୁ ‘ବ୍ରାଣ୍ଡ୍ ନବୀନ’କୁ ପ୍ରମୋଟ୍ କରିବା ସହ ହକି ବିଶ୍ବକପ୍ ଉଦ୍‌ଘାଟନ ବେଳେ ନିଜର ଜୟ ଜୟକାର ଶୁଣିବା ପାଇଁ ବିଜୁ ଯୁବ ବାହିନୀର ସଦସ୍ୟଙ୍କୁ ବସାଇବା ନିମ‌େନ୍ତ ରାଜ୍ୟ ସରକାର ଯୋଜନା କରିଛନ୍ତି। ଅନ୍‌ଲାଇନ୍‌ରେ ଟିକେଟ୍ ବିକିବା ପାଇଁ ୱେବ୍‌ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସରିଯିବା ନିହାତି ସନ୍ଦେହଜନକ। ରାଜ୍ୟର ଅଗଣିତ କ୍ରୀଡ଼ାପ୍ରେମୀ ଅନ୍‌ଲାଇନ୍‌ରେ ଟିକେଟ୍ କାଟିବା ପାଇଁ ଆଶା କରି ବସିଥିଲା ବେଳେ ସେମାନଙ୍କ ମନୋଭାବକୁ ଆଘାତ କରି ରାଜ୍ୟ ସରକାର ଚତୁରତାର ସହ ‌ସର୍ଭର୍ ଡାଉନ୍ କରିଦେଲେ ଓ ଟିକେଟ୍ ପାଇବାକୁ ଲୋକମାନେ ବଞ୍ଚିତ ହେଲେ। ବର୍ତ୍ତମାନ ସୁଦ୍ଧା କେଉଁ ତାରିଖରେ କେତେ ସଂଖ୍ୟାର ଟିକେଟ୍ ବିକ୍ରି ହୋଇଛି, ରାଜ୍ୟ ସରକାର ତାହା ଅନ୍‌ଲାଇନ୍ ମାଧ୍ୟମରେ ତୁରନ୍ତ ପ୍ରକାଶ କରିବାକୁ ଦଳର ମୁଖପାତ୍ର ଗୋଲକ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର