କେନ୍ଦ୍ର ଅବହେଳାର ନାଟକ କରୁଛି ରାଜ୍ୟ : ବିଜେପି

ଭୁବନେଶ୍ବର : ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଅର୍ଥ କଟାଯିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ପକ୍ଷରୁ ଆଜି ହୋଇଥିବା ପ୍ରତୀକ ଅନଶନକୁ ସମାଲୋଚନା କରିଛି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କର ସର୍ବାଙ୍ଗୀନ ବିକାଶ ହୋଇପାରୁ ନାହିଁ। ଏପରିକି କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣର ଅନୁଦାନ ଠିକ୍ ଭାବେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଆଦିବାସୀମାନଙ୍କ ଶିକ୍ଷା, ସଂସ୍କୃତି ଆଜି ବିପଦରେ ପଡ଼ିଛି। ଏପରି ସ୍ଥଳେ ବିଜେଡିର ‌େନତାମାନଙ୍କ ବୟାନ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ନିଜ ଦାୟିତ୍ବରୁ ଓହରି ମିଥ୍ୟା ତଥ୍ୟ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନିଜ ପ୍ରତିବଦ୍ଧତା ଭୁଲି ଯାଇ କେନ୍ଦ୍ର ଅବହେଳାର ନୂଆ ନାଟକ କରୁଛନ୍ତି। ମୋଦୀ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ। କିନ୍ତୁ ରାଜ୍ୟ ସରକାର ହୀନ ରାଜନୀତି କରି ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର