ଭୁବନେଶ୍ବର : ବୈଜୟନ୍ତ ପଣ୍ଡା ଓ ବିଜେପି ବିରୋଧରେ ବିଜେଡିର ଅଭିଯୋଗ ନେଇ ଜବାବ ରଖିଛି ବିଜେପି। ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, କୋଇଲା ଦୁର୍ନୀତିରେ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା କରିଛି। ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନା ଚିଟ୍ଫଣ୍ଡ୍ ଠକେଇରେ ଏବେ ଜାମିନ୍ରେ ଅଛନ୍ତି। ଏ ସମସ୍ତ ତଥ୍ୟ ଉଭୟ ସେମାନଙ୍କ ନାମାଙ୍କନ ସତ୍ୟପାଠରେ ଦେଇ ନାହାନ୍ତି। ସେଥିର ବଞ୍ଚିବା ପାଇଁ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ନାଁରେ ଅଭିଯୋଗ କରି ବିଜେଡି ନୂଆ ନାଟକ କରୁଛି। ଯେତେବେଳେ ବୈଜୟନ୍ତ ବାବୁ ବିଜେଡିରେ ଥିଲେ, ସେତେବେଳେ ସବୁ କଥା ଠିକ୍ ଥିଲା। ତାଙ୍କ ଦଳ ଯିଏ ଛାଡ଼ିବ, ତା’ର ସାଙ୍ଗେ ସାଙ୍ଗେ ସବୁ ଭୁଲ୍ ହୋଇଯିବ। ବର୍ତ୍ତମାନ ବିଜେଡି ହାରିବା ଭୟରେ ଏହିପରି ପ୍ରଳାପ ଆରମ୍ଭ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ବିଜେଡି ନାଟକ କରୁଛି: ବିଜେପି
/sambad/media/post_attachments/wp-content/uploads/2019/04/Golak-Mohapatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)