ଭୁବନେଶ୍ବର : ବିଭିନ୍ନ ସମୟେର ଅନୈତିକ କାରବାର ଅଭିଯୋଗରେ ଚର୍ଚ୍ଚିତ ଥିବା କିଛି ବିଜେଡି ନେତାଙ୍କୁ ନିର୍ବାଚନରେ ଦଳୀୟ ଟିକେଟ୍ ମିଳିବା ନେଇ ଆପତ୍ତି ଉଠାଇଛି ବିଜେପି। ରାଜନୈତିକ ଜନମାନସେର କଳଙ୍କ ବୋଲି ବିବେଚନା କରାଯାଉଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ବିଜେଡି ଟିକେଟ୍ ଦେଇ ଓଡ଼ିଶାର ମହିଳାଙ୍କୁ ଅସମ୍ମାନ କରିଛନ୍ତି ବୋଲି ଦଳର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ରାଜନୀତି ଏବେ ସ୍ବଚ୍ଛତା ଆଡ଼କୁ ଯାଉଛି। ଯୁବପିଢ଼ି ରାଜନୀତିକୁ ଆଗ୍ରହରେ ଆସୁଛନ୍ତି। ଏହି ସମୟେର ରାଜନୈତିକ ଦଳଗୁଡ଼ିକର ବଡ଼ ଦାୟିତ୍ବ ହେଉଛି ରାଜନୀତିକୁ ନିର୍ମଳ ଓ ସ୍ବଚ୍ଛ ରଖିବା। କିନ୍ତୁ ବିଜେଡି ଏମିତି ବ୍ୟକ୍ତିଙ୍କୁ ଟିକେଟ୍ ଦେଇଛି, ଯେଉଁମାନେ କି ରାଜନୈତିକ ଜନମାନସରେ ଜଣେ ଜଣେ କଳଙ୍କ। ଭୁବନେଶ୍ବର ମଧ୍ୟର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କର ଋଷି ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରର ହତ୍ୟାକାଣ୍ଡରେ ସଂପୃକ୍ତି ଥିବାର ଅଭିଯୋଗ ହୋଇଥିଲା ଓ ତାଙ୍କ ଯୌନ ବ୍ୟଭିଚାରର ଏକ ଭିଡିଓ ସାରା ରାଜ୍ୟରେ ଘୁରି ବୁଲୁଥିଲା। ବେବିନା ଗଣଦୁଷ୍କର୍ମ ମାମଲାରେ ଦୋଷୀମାନଙ୍କୁ କ୍ରାଇମ୍ବ୍ରାଞ୍ଚ ଜାଣିଶୁଣି ସାହାଯ୍ୟ କରି ତଥ୍ୟ ପ୍ରମାଣ ଉପସ୍ଥାପନ ନ କରି ଅଦାଲତରୁ ଖସାଇ ଦେଲା। ସେତେବେଳେ ମନ୍ତ୍ରୀ ପ୍ରଦୀପ ମହାରଥୀ ତାହାକୁ ସତ୍ୟର ଜୟ ବୋଲି କହିଥିଲେ। ବିଧାନସଭା ଭିତରେ ସେ ବିଜେପି ବିଧାୟିକାଙ୍କ ପ୍ରତି ଆଶୀଳନ ମନ୍ତବ୍ୟ ଦେଇଥିଲେ। କିନ୍ତୁ ତାଙ୍କୁ ନବୀନ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇଛନ୍ତି। ପୁରୀ ବିଧାନସଭା ଆସନେର ମହେଶ୍ବର ମହାନ୍ତିଙ୍କୁ ଟିକେଟ୍ ଦିଆଯାଇଛି। ବିଧାନସଭାରେ ଜଣେ ମହିଳା ମାର୍ଶାଲଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ସେହିପର ତାଳଚେର ଆସନରୁ ବିଜେଡି ଟିକେଟ୍ ପାଇଥିବା ବ୍ରଜ ପ୍ରଧାନଙ୍କ ନାଁରେ ଯୌନ ନିର୍ଯାତନାର ଅଭିଯୋଗ ରହିଛି। ଉଦଳା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ୍ଙ୍କ ନାମରେ ଜଣେ ମହିଳା ଧର୍ଷଣ ଅଭିଯୋଗ ଆଣି ୩ ଦିନ ତଳେ ନବୀନ ନିବାସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ।
ମୁଖ୍ୟମନ୍ତ୍ରୀ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା ଉଠାଇଥିଲେ। କିନ୍ତୁ ନିଜେ କିପରି ଏମିତି ବ୍ୟକ୍ତିବିଶେଷଙ୍କୁ ଟିକେଟ୍ ଦେଲେ, ଯେଉଁମାନେ ମହିଳାଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି। ରାଜ୍ୟର ମହିଳାମାନେ ବିଜେଡିକୁ ଉଚିତ ଜବାବ ଦେବେ ବୋଲି ବିଜେପି ନେତ୍ରୀମାନେ କହିଥିଲେ।