ଗଣତନ୍ତ୍ରରେ ଔଦ୍ଧତ୍ୟ ଗ୍ରହଣୀୟ ନୁହେଁ : ବିଜେପି

ଭୁବନେଶ୍ବର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ସର୍ବସାଧାରଣ ସ୍ଥାନରେ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣାକୁ ବିଜେପି ସମାଲୋଚନା କରିଛି। ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କ ସାଂସଦ ଓ ବିଧାୟକମାନଙ୍କୁ ସରଳ ହୋଇ ଲୋକଙ୍କ ପାଖକୁ ଯିବାକୁ ପରାମର୍ଶ ଦେଉଛନ୍ତି ବୋଲି କୁହାଯାଉଛି। କିନ୍ତୁ ତାଙ୍କ ସାଂସଦଙ୍କ ଏପରି ଆଚରଣ କ’ଣ ମୁଖ୍ୟମନ୍ତ୍ରୀ ଦେଖିପାରୁ ନାହାନ୍ତି ? ସର୍ବସାଧାରଣରେ ମାଡ଼ ମାରିଲା ପରେ ସାଂସଦ ସଫେଇ ଦେଉଛନ୍ତି କି ସେ ତାଙ୍କ ଗାଲକୁ ଆଉଁସି ଦେଲେ ବୋଲି। ଗଣତନ୍ତ୍ରରେ ଏପରି ଔଦ୍ଧତ୍ୟ ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନରେ ‘୫ ଟି’ କଥା କହୁଥିଲା ବେଳେ ତାଙ୍କ ସାଂସଦ ଏବେ ସାଧାରଣରେ ‘ଟେରର୍‌’(ଭୟ) ସୃଷ୍ଟି କରୁଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ କେଉଁ ‘ଟି’ରେ ଆସୁଛି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର