ଭୁବନେଶ୍ବର : ବିଧାନସଭାରେ ବିନା ଆେଲାଚନାରେ ସ୍ବତନ୍ତ୍ର ଅତିରିକ୍ତ ଖର୍ଚ୍ଚ ଦାବି ଅନୁମୋଦନକୁ ସାମ୍ବିଧାନିକ ସଙ୍କଟ େବାଲି ଦର୍ଶାଇ ଆଜି ବିେଜପି ବିଧାନସଭାରେ ତମ୍ବିତୋଫାନ କରିଛି। ଶୂନ୍ୟକାଳରୁ ବିେଜପି ବିଧାୟକମାନେ ଗୃହ ମଧ୍ୟରେ ତୁମୁଳ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟଭାଗରେ େସ୍ଲାଗାନ େଦଇଥିଲେ। ବାଚସ୍ପତିଙ୍କ େପାଡିୟମ ଉପରକୁ ମଧ୍ୟ ସଭ୍ୟମାନେ ଉଠିବାକୁ େଚଷ୍ଟା କରିଥିଲେ। ଏସବୁ ସତ୍ତ୍ବେ ବାଚସ୍ପତି କିନ୍ତୁ ଗୃହକୁ ମୁଲତବୀ ନ କରି ଚଳାଇ ରଖିଥିଲେ। ଅପରାହ୍ନରେ ବିେଜପି ଏ େନଇ ରାଜ୍ୟପାଳଙ୍କୁ େଫରାଦ େଦଇଥିଲା।

Advertisment

ଆଜି ଶୂନ୍ୟକାଳରେ ବିେରାଧୀ ଦଳ ମୁଖ୍ୟ ସଚେତକ େମାହନ ଚରଣ ମାଝୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ବିଧାନସଭାରେ ଆେଲାଚନା ନ େହାଇ ସ୍ବତନ୍ତ୍ର ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ କରାଯିବା ଅସାମ୍ବିଧାନିକ। ଏହାଦ୍ବାରା ବିଧାୟକଙ୍କ ଅଧିକାର କ୍ଷୁଣ୍ଣ ହୋଇଛି। କୌଣସି ଦୁର୍ଘଟଣା, ବିପର୍ଯ୍ୟୟ ଆଦି େକ୍ଷତ୍ରରେ ଆକସ୍ମିକ ପାଣ୍ଠି ଖର୍ଚ୍ଚ ହେବାର ନିୟମ ରହିଛି। ମାତ୍ର ରାଜ୍ୟ ସରକାର ସବୁ ନିୟମକୁ ଜଳାଞ୍ଜଳି ଦେଇ ଏହି ପାଣ୍ଠିକୁ ସ୍ବଚ୍ଛ ଭାରତ, ମଧୁବାବୁ ପେନସନ େଯାଜନା, କାଳିଆରେ ଖର୍ଚ୍ଚ କରିଛନ୍ତି। ଯଦି ୨୦୧୮-୧୯ରେ ରାଜ୍ୟ ସରକାରଙ୍କ ପାଖେ ୧୦ ହଜାର ୫୫୪ େକାଟି ଟଙ୍କା ବଳକା ଥିଲା, ୨୦୧୯-୨୦ରେ ୮ ହଜାର ୪୩୨ େକାଟି ବଳକା ରହିବ େବାଲି ଆକଳନ କରାଯାଉଛି, ତେବେ କେଉଁ ପରିସ୍ଥିତିରେ ଆକସ୍ମିକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ଆବଶ୍ୟକତା ପଡ଼ିଲା େବାଲି ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ।

ବାଚସ୍ପତି ଶ୍ରୀ ମାଝୀଙ୍କୁ ବସିବାକୁ କହି ଚାଷୀ ଆତ୍ମହତ୍ୟା ସଂପର୍କିତ ମୁଲତବୀ ଆେଲାଚନା ଆରମ୍ଭ କରିବାକୁ ଯିବାରୁ ବିେଜପି ବିଧାୟକମାନେ ଉତକ୍ଷିପ୍ତ େହାଇ ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିଲେ। େସ୍ଲାଗାନ ବାଜି ଆରମ୍ଭ େହାଇଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ େକଶରୀ ଆରୁଖ କରିଥିଲେ େଯ ଆଜି ସ୍ବତନ୍ତ୍ର ଅତିରିକ୍ତ ବଜେଟ୍ ସଂପର୍କିତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଏହି ସମୟରେ ସଭ୍ୟମାନେ ଚାହିଁଲେ ଆେଲାଚନା କରିପାରିବେ। ଏବେ ଗୁରୁତ୍ବପୂର୍ଣ୍ଣ ମୁଲତବୀ ପ୍ରସ୍ତାବ ଆେଲାଚନାରେ ସେମାନେ ଭାଗ ନେବା ଦରକାର। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଏହାକୁ ଦୋହରାଇଥିଲେ। େହଲେ ବିେଜପି ସଭ୍ୟମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏପରିକି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିଜେ ଯାଇ ସଭ୍ୟମାନଙ୍କୁ େସମାନଙ୍କ ଆସନକୁ ନେବାକୁ ଚେଷ୍ଟା କରିଥିଲେ। ବିେରାଧୀ ଦଳ ନେତାଙ୍କ ଆସନ ପାଖକୁ ଯାଇ ସଭ୍ୟଙ୍କୁ େଫରାଇ ନେବାକୁ କହିଥିଲେ। ହେଲେ ବିଜେପି ସଭ୍ୟମାନେ ସେମାନଙ୍କର ପ୍ରତିବାଦକୁ ଅଧିକ େଜାରଦାର କରିଥିଲେ।

ବିଜେପି ବିଧାୟକମାନେ ଗୃହ ମଧ୍ୟରେ ଥିବା ବିଧାନସଭା ସଚିବଙ୍କ ଚୌକି ଟାଣିଆଣି ତା ଉପରକୁ ଚଢ଼ି ଯାଇଥିଲେ। ବାଚସ୍ପତିଙ୍କ େପାଡିୟମ ଉପରକୁ ଯିବାକୁ ଚାହିଁଥିଲେ। ବିଧାୟକ ସୁବାସ ପାଣି ବାଚସ୍ପତିଙ୍କ ମାଇକ୍ ଟାଣିଥିଲେ। ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ େସ୍ଲାଗାନ ଦେଇଥିଲେ। ବିଧାୟକ ଶଙ୍କର ଓରାମଙ୍କ କାନ୍ଧରେ ବସି ବିଧାୟକ ଆଦିତ୍ୟ ମାଢୀ ଉପରକୁ ଯିବାକୁ ଚାହିଁଥିଲେ। ଗୃହରେ ସୁରକ୍ଷା କର୍ମୀଙ୍କ ସହିତ ବିେଜପି ବିଧାୟକଙ୍କର େଠଲାେପଲା େହାଇଥିଲା। ଏହା ଭିତରେ ଚାଷୀ ଆତ୍ମହତ୍ୟା ସଂପର୍କିତ ମୁଲତବୀ ଆେଲାଚନା େଶଷ େହାଇଥିଲା ଓ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ଅପରାହ୍ନରେ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆେଲାଚନାରେ ଭାଗ ନେଇ ବିେରାଧୀ ଦଳ ମୁଖ୍ୟ ସଚେତକ ସରକାରଙ୍କୁ କଡ଼ା ସମାେଲାଚନା କରିଥିଲେ। କୌଣସି ଜରୁରୀକାଳୀନ ଆବଶ୍ୟକତା ନଥାଇ ସରକାର ଆକସ୍ମିକ ପାଣ୍ଠିରୁ ଅର୍ଥ ଆଣି ଚାଷୀଙ୍କ ନାଁରେ କାଳିଆ ଯୋଜନା କଲେ। ଏଥିରେ ପ୍ରକୃତ ଚାଷୀ ସହାୟତା ପାଉନାହାନ୍ତି କେବଳ ଦଳୀୟ ଲୋକଙ୍କ ସ୍ବାର୍ଥ ହାସଲ ହୋଇଛି। ସରକାର ଏପରି କରି ସମ୍ବିଧାନର ଧାରା ୨୬୭ର ଉଲ୍ଲଂଘନ କରିଛନ୍ତି। କେନ୍ଦ୍ର ଅର୍ଥ ବିନିିଯୋଗ କରିପାରୁନାହାନ୍ତି। ଆଜି ବି ଫନି ପ୍ରଭାବିତ ଅଞ୍ଚଳରେ ଲାଇନ ନାହିଁ କି ପାଣି ମିଳୁନି।

ବାଚସ୍ପତିଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଶ୍ରୀ ମାଝୀ କହିଥିଲେ ଯେତେବଳେ ଏ ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛନ୍ତି ତାକୁ ନେଇ ଏ ଗୃହରେ ସ୍ବର ଉଠାଇବାକୁ ଗଲେ ବାଚସ୍ପତି ସୁଯୋଗ ଦେଉନାହାନ୍ତି। ତେଣୁ ଏ ଗୃହରେ ବିରୋଧୀଙ୍କୁ ସୁରକ୍ଷା ଦେବ କିଏ? ଏଥିପାଇଁ ସେ ଓ ସମସ୍ତ ବିଜେପି ସଦସ୍ୟ ଗୃହ ପରିତ୍ୟାଗ କରି ରାଜ୍ୟପାଳଙ୍କ ପାଖକୁ ଯାଉଛୁ ବୋଲି କହି ନିଜ ଆସନ ଛାଡ଼ି ଚାଲିଯାଇଥିଲେ। ପରେ ଶ୍ରୀ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ଅନ୍ୟ ବିଜେପି ସଦସ୍ୟମାନେ ଅପରାହ୍ନ ୪ଟା ୭ ମିନିଟରେ ଗୃହ ପରିତ୍ୟାଗ କରିଥିଲେ।

ବିଜେପିର ସମସ୍ତ ବିଧାୟକ ବିରୋଧୀଦଳର ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। ସ୍ମାରକପତ୍ର ଜରିଆରେ ଜଣାଇଥିଲେ, ରାଜ୍ୟ ସରକାର ୨୦୧୮-୧୯ ରେ ଆକସ୍ମିକ ପାଣ୍ଠିରେ ୪୦୦ କୋଟି ଟଙ୍କା ଥିବାବେଳେ ତାକୁ ଉଦ୍ଦେଶ୍ୟମୂଳକ ଭାବେ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ। ଆଇନ ଅନୁଯାୟୀ ଏହା କେବଳ ଆପାତକାଳୀନ ସ୍ଥିତିରେ ହିଁ ବ୍ୟବହାର କରାଯାଇ ପାରିବ। କିନ୍ତୁ ସରକାର ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ଚରତାର୍ଥ କରିବାକୁ ଯାଇ ଏହି ଅର୍ଥକୁ ଖର୍ଚ୍ଚ କରିଛନ୍ତି। ଯାହା ଫଳରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ଅର୍ଥାଭାବରୁ ରାଜ୍ୟସରକାର ସଠିକ୍ ଭାବେ ସୁବ୍ୟବସ୍ଥିତ କରିପାରିଲେ ନାହିଁ। ରାଜ୍ୟ ସରକାର ଲୋକଙ୍କୁ ସ୍ଥାନାନ୍ତର କଲେ କିନ୍ତୁ ଫନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେେଲ।

ବିେଜପି ଆହୁରି ଅଭିେଯାଗ କରିଛି, ଆକସ୍ମିକ ପାଣ୍ଠିରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ଅର୍ଥ ନେଇଥିଲେ। ସେଥିପାଇଁ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ହୋଇପାରିଲା ନାହିଁ। କାଳିଆ ଯୋଜନାରେ ଚାଷୀମାନଙ୍କୁ ଚିହ୍ନଟ ନକରି ଭୋଟ ହାତେଇବା ନାଁରେ ଯୋଜନା କରି ସମ୍ବିଧାନର ନିୟମକୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି େବାଲି ବିେଜପି ସଭ୍ୟମାନେ ରାଜ୍ୟପାଳଙ୍କୁ ଜଣାଇଥିଲେ। ଏହା ଉପରେ ପଦକ୍ଷେପ େନବେ େବାଲି ରାଜ୍ୟପାଳ ପ୍ରତିଶ୍ରୁତି େଦଇଥିବା ବିେରାଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପିର ସମସ୍ତ ୨୩ ଜଣ ବିଧାୟକ ସାମିଲ ଥିଲେ।