ତିତଲି କ୍ଷତିଗ୍ରସ୍ତ ଅଞ୍ଚଳରେ ବିଜେପି ଟିମ୍‌

ଭୁବନେଶ୍ବର: ତିତଲି ଜନିତ କ୍ଷୟକ୍ଷତିର ଆକଳନ ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେମ‌ାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର କୁମାରଡିହ ଗ୍ରାମ, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ମଡ଼ା, ସିନ୍ଦିଲିଙ୍ଗ, ରାଇଘର, କଇଁପୁର ଗ୍ରାମ ସହ ବିଭିନ୍ନ ଅଞ୍ଚଳ ବୁଲି ସରଜମିନ ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଦଳ ପକ୍ଷରୁ କୁହାଯାଇଛି, ଏବେ ବି ଅନେକ ସ୍ଥାନରେ ରିଲିଫ୍ ପହଞ୍ଚି ପାରି ନାହିଁ। ଗମନାଗମନ କ୍ଷେତ୍ରରେ ସୁଧାର ଆସି ନାହିଁ। ଚାଷୀମାନଙ୍କ ଫସଲର ଠିକ୍ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ବାତ୍ୟା ଓ ବନ୍ୟା ପ୍ରପୀଡ଼ିତ ଲୋକମାନେ ସମସ୍ୟା ଘେରରେ ଅଛନ୍ତି। ପ୍ରତିନିଧି ଦଳ ଯାହା ଦେଖିଛନ୍ତି, ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାହା ସମ୍ପୂର୍ଣ୍ଣ ଭାବେ ଉପସ୍ଥାପନ କରାଯିବ। ବିଧାୟକ ରବି ନାଏକ ଓ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସମ୍ପାଦକ ବିଭୂତି ଜେନା, ମୁଖପାତ୍ର ଗୋଲକ ମହାପାତ୍ର, ରାଷ୍ଟ୍ରୀୟ ମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ ଦାଶ ଓ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ପ୍ରମୁଖ ସାମିଲ ହେବେ।

ସମ୍ବନ୍ଧିତ ଖବର