ଭୁବନେଶ୍ବର : ଗତ ଏପ୍ରିଲ ୧୪ତାରିଖରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଚପର୍ ପାର୍କିଂ କରାଯାଇଛି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ବିଜେଡିର ପ୍ରଚାର ପାଇଁ ଏହି ଚପର୍ ଯାଇଛି। ଓଡ଼ିଶା ପୁଲିସର ଅଧିକାରୀମାନେ ଏହି ଚପରକୁ ରାତି ଦିନ ଜଗିଛନ୍ତି। ଏହି ଚପରକୁ ଜଗିବା ପାଇଁ ଯାହା ବି ଖର୍ଚ୍ଚ ହେଉଛି ସେସବୁ ଖର୍ଚ୍ଚ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଓ ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଏବଂ ଦଳ ଖାତାରେ ପକାଇବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ସେହିପରି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ବିନା ଅନୁମତିରେ ବଲ୍କ ମେସେଜ୍ ମତଦାତାଙ୍କୁ ପଠାଉଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକ ଆବଶ୍ୟକୀୟ ଅନୁମତି ନେଇନାହାନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ପଦକ୍ଷେପ ନେବାକୁ ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଦାବି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/bjp-ceo-1-1.jpeg)