ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର : ରାଜ୍ୟରେ ଆଦର୍ଶ ଆଚରଣ ବିଧି ମାର୍ଚ୍ଚ ୧୦ରୁ ଲାଗୁ ହୋଇଥିଲେ ‌େହଁ ଏହାକୁ ଉଲ୍ଲଂଘନ କରି ବିଜୁ ଯୁବ ବାହିନୀକୁ ଏବେ ବି ବିଭିନ୍ନ ବ୍ଲକ କାର୍ଯ୍ୟାଳୟରେ ମୋବାଇଲ୍ ଫୋନ୍ ବଣ୍ଟା ଯାଉଛି ‌େବାଲି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ଦୁର୍ନୀତିଗସ୍ତ ଖଣି କମ୍ପାନି, ଚିଟଫଣ୍ଡ ସଂସ୍ଥା, ମିଲରଗୁଡ଼ିକ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ୩୧୪ଟି ବ୍ଲକରେ ୫ହଜାର ଲେଖାଏଁ ମୋବାଇଲ ବାଣ୍ଟୁଛନ୍ତି। ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଣ୍ଟାକୁ ଏକ ସରକାରୀ ଯୋଜନା ‌ଭଳି ପରିଚାଳନା କରୁଛନ୍ତି। ପ୍ରାୟ ୭୫୦କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ଲକ୍ଷ ମୋବାଇଲ ଫୋନ୍ ବାଣ୍ଟିବା ପାଇଁ ମସୁଧା ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି।

ବେଆଇନ ଭାବେ ମୋବାଇଲ୍‌ ବାଣ୍ଟି ଭୋଟ୍ ହାତେଇବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଏସମ୍ପର୍କରେ ମୋବାଇଲ କିଣାଯାଇଥିବାର ଇ-ୱେ ବିଲ୍‌, ଗାଡ଼ି ନମ୍ବର ଆଦି ତଥ୍ୟ ପ୍ରମାଣକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ପ୍ରତିନିଧି ଦଳ ଆଜି ଉପସ୍ଥାପନ କରିଛି।

ସେହିପରି ବିଜେପି ଆହୁରି ଅଭିଯୋଗ ଆଣିଛି ଯେ, କାଳିଆ ଯୋଜନା ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି ବିଜେଡି। ପୂର୍ବରୁ କାଳିଆ ଯୋଜନାର ହିତାଧିକାରୀଙ୍କର ତାଲିକା ପ୍ରକାଶ କରି ତାକୁ ପବ୍ଲିକ ଡୋମେନ୍‌ରୁ ଉଠାଇ ଦେଇଥିଲେ। ଏବେ ନିର୍ବାଚନ ଥିବାରୁ କାଳିଆ ଯୋଜନାରେ ଚାଷୀଙ୍କୁ ନୁହେଁ ବରଂ ଦଳୀୟ କର୍ମୀଙ୍କୁ ଅର୍ଥ ବାଣ୍ଟିବା ପାଇଁ ବିଜେଡି ଷଡଯନ୍ତ୍ର କରି କାଳିଆ ଯୋଜନାର ଏକ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିବାକୁ ଯାଉଛି। ଏହା ସଂପୂର୍ଣ୍ଣ ରୂପେ ବେଆ‌ଇନ ଏବଂ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି। ବାରମ୍ବାର ଏହାକୁ ନେଇ ଅଭିଯୋଗ କରିବା ପରେ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବିଜେଡିର ଏହିଭଳି ଷଡଯନ୍ତ୍ର ବିରୁଦ୍ଧରେ ଆଜି ରାଜ୍ୟ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ନିର୍ବାଚନ କମିସନରଙ୍କ ଆଗରେ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର