ଭୁବନେଶ୍ବର : କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଏବେ ବି ରହିଛନ୍ତି। ସେମାନେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରି ଭୟଭୀତ କରାଇବା ସହ ଟଙ୍କା ବାଣ୍ଟିବା ପରି ବେନିୟମ କାମ କରି ଭୋଟର୍ଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଦେଶର ଆଦର୍ଶ ନିର୍ବାଚନ ଆଚରଣ ବିଧି ଅନୁଯାୟୀ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଯେଉଁମାନେ ଏହି ନିର୍ବାଚନମଣ୍ଡଳୀର ଭୋଟର୍ ନୁହନ୍ତି, ସେମାନେ ତୁରନ୍ତ ସେହି ଅଞ୍ଚଳ ଛାଡ଼ିବାକୁ ଗତକାଲି ସିଇଓଙ୍କୁ ବିଜେପି ପକ୍ଷରୁ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ତେଣୁ ତୁରନ୍ତ ସେମାନଙ୍କୁ କେନ୍ଦ୍ରାପଡ଼ାରୁ ବାହାର କରିବା ପାଇଁ ପଦକ୍ଷେପ ନିଆଯିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ଆଜି ବିଜେପି ପୁଣି ଦାବି କରିଛି। କେଉଁ କେଉଁ ବୁଥ୍ରେ ଟଙ୍କା ବଣ୍ଟାଯାଉଛି, ତାହାର ଏକ ତାଲିକା ମଧ୍ୟ ବିଜେପି ପ୍ରଦାନ କରିଛି। ସିଇଓଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ପିତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଗୋଲକ ମହାପାତ୍ର, ଜୀବନ ସାହୁ ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।
ସିଇଓଙ୍କ ପାଖରେ ବିଜେପିର ଫେରାଦ : ବିଜେଡି ମନ୍ତ୍ରୀ, ବିଧାୟକଙ୍କୁ କେନ୍ଦ୍ରାପଡ଼ାରୁ ବାହାର କରାଯାଉ
/sambad/media/post_attachments/wp-content/uploads/2019/04/ceo-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)