ଭୁବନେଶ୍ବର : ରାଜ୍ୟରେ ଶାସକ ବିଜେଡିର ଗୁଣ୍ଡାମାନେ ନିର୍ବାଚନ ସୁପରିଚାଳନା କରିବାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଦଳ ପକ୍ଷରୁ ଆଜି ଏ ନେଇ ସିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରାଯିବା ସହ ବିଜେଡି ଦ୍ବାରା ସୃଷ୍ଟି କରାଯାଇଥିବା ରାଜନୈତିକ ହିଂସାର ତାଲିକା ଦିଆଯାଇଛି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା, ମରଣାନ୍ତକ ଆକ୍ରମଣ, ହିଂସା ଆଦି ବୃଦ୍ଧି ପାଇଛି। ବିଜେଡି ଇଙ୍ଗିତରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଘଟାଇ ନିର୍ବାଚନରେ ବାଧକ ସାଜୁଛନ୍ତି। ସେହିପରି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପୁଲିଂ ଦିନ ବୁଥ୍ ରିଗିଂ, କ୍ୟାପ୍ଚରିଂ ଆଦି ଘଟଣା ସାମ୍ନାକୁ ଆସିଛି। ଏହା ସତ୍ତ୍ବେ ନିର୍ବାଚନ ଅଧିକାରୀ କିମ୍ବା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୭ଟି ବୁଥ୍ରେ ନିର୍ବାଚନ ସମୟରେ ଶାସକ ଦଳ ଦ୍ବାରା ଅରାଜକତା କରାଯାଇଛି। ଶାସକ ଦଳର ଗୁଣ୍ଡାମାନେ ୬ଟି ବୁଥ୍ କ୍ୟାପ୍ଚରିଂ କରିଥିବାର ତଥ୍ୟ ପ୍ରମାଣ ଗତ ୧୨ ତାରିଖରେ ପ୍ରଦାନ କରାଯାଇଥିଲା। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୫ଟି ବୁଥ୍ କ୍ୟାପ୍ଚରିଂ କରିଥିବାର ତଥ୍ୟ ପ୍ରମାଣ ଗତ ୧୨ ତାରିଖରେ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୫ଟି ବୁଥ୍ କ୍ୟାପ୍ଚରିଂ, ୪୭ଟି ବୁଥ୍ରେ ବିଶୃଙ୍ଖଳା ଓ ୩୩ଟି ବୁଥ୍ରେ ବୁଥ୍ ରିଗିଂ ହେବାର ରିପୋର୍ଟ କରାଯାଇଥିଲା। ଏହି ସବୁର ତଥ୍ୟ ପ୍ରମାଣ ବିଜେପି ପକ୍ଷରୁ ଏପ୍ରିଲ୍ ୧୯ ତାରିଖରେ ସିଇଓଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଶାସକ ବିଜେଡି ଦ୍ବାରା ଖୋର୍ଦ୍ଧାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ହତ୍ୟା, ଘଷିପୁରାରେ ରାମଚନ୍ଦ୍ର ବେହେରା, ଆସ୍କାରେ କଂଗ୍ରେସ ନାହାକ, ଭଞ୍ଜନଗରରେ ବିଜେପିର ୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ତେଣୁ ବିଜେଡିର ଏହି ଗୁଣ୍ଡାରାଜ ବିରୋଧରେ ସିଇଓ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି। ସମୀର ମହାନ୍ତିଙ୍କ ନେତୃତ୍ବରେ ସିଇଓଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ରମାରଞ୍ଜନ ବଳିୟାରସିଂହ ଓ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।
ନିର୍ବାଚନ ସୁପରିଚାଳନାରେ ବିଜେଡି ବାଧା ସୃଷ୍ଟି କରୁଛି: ବିଜେପି
ସିଇଓଙ୍କ ନିକଟରେ ଫେରାଦି
/sambad/media/post_attachments/wp-content/uploads/2019/04/bjp-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)