ବିଜୁ ଯୁବ ବାହିନୀକୁ ମୋବାଇଲ୍ ବାଣ୍ଟିବା ପ୍ରସଙ୍ଗ : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର : ରାଜ୍ୟ ସରକାର ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ପ୍ରତି ବ୍ଲକ୍‌ରେ ୫ ହଜାର ଲେଖାଏ ମୋବାଇଲ୍ ବାଣ୍ଟିବା ପାଇଁ ଯାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ଏ ନେଇ ରାଜ୍ୟପାଳଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରତିନିଧି ଦଳର ନେତୃ୍ତ୍ବ ‌େନଇଥିବା ବିଜେପି ଉପସଭାପତି ସମୀର ମହାନ୍ତି କହିଲେ, ଏହି ମେ‌ାବାଇଲ୍ ବଣ୍ଟା ନେଇ କୌଣସି ଟେଣ୍ଡର୍ ହୋଇ ନାହିଁ କି ସରକାରୀ ସ୍ତରରେ ବଜେଟ୍‌ ବ୍ୟବସ୍ଥା ହୋଇ ନାହିଁ। ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ୨୦ ଲକ୍ଷ ମୋବାଇଲ୍ ସେଟ୍ ବାଣ୍ଟିବାକୁ ମସୁଧା ଚାଲିଛି। ଏଥିରେ ଏକ ବୃହତ ଆର୍ଥିକ ଅନିୟମିତତାର ଗନ୍ଧ ବାହାରୁଛି। ବିଭିନ୍ନ ମୋ‌ବାଇଲ୍ ବିତରକ ସଂସ୍ଥାରୁ ଏହି କମ୍ପାନିମାନେ ମୋବାଇଲ୍ କିଣି ଦଳୀୟ ଭିତ୍ତିରେ ବାଣ୍ଟିବେ। ମୋ‌ବାଇଲ୍ କମ୍ପାନିର ଇ-ୱେ ବିଲ୍, ଗାଡ଼ି ନମ୍ବର ଆଦି ତଥ୍ୟ ରାଜ୍ୟପାଳଙ୍କୁ ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି। ପ୍ରତିନିଧି ଦଳରେ ଟଙ୍କଧର ତ୍ରିପାଠୀ, ପ୍ରତାପ ମିଶ୍ର, କସ୍ତୁରୀ ମିଶ୍ର, ସୁଜାତା ପାଢ଼ୀ ଓ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ। ସୂଚନା‌େ‌ଯାଗ୍ୟ ଯେ ପୂର୍ବରୁ ବିଜେପିର ପ୍ରତିନିଧି ଦଳ ପ୍ରବର୍ତ୍ତନ ନି‌େର୍ଦ୍ଦଶାଳୟ ଓ ଆୟକର ବିଭାଗରେ ଏ ନେଇ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛି।

ସମ୍ବନ୍ଧିତ ଖବର