ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ପକ୍କା ଘର ହିତାଧିକାରୀ ଚିହ୍ନଟକୁ ବିଜେଡି ଇଙ୍ଗିତରେ ଦଳୀୟ ଭିତ୍ତିରେ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ଆଜି ଦଳ ପକ୍ଷରୁ ଏସ୍ଆର୍ସିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଅଭିଯୋଗ କରିଛି, ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗେଲ ମଧ୍ୟ ଦେଖା ମିଳିଲାନି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାର ଭାଙ୍ଗି ଯାଇଥିବା ଘରଗୁଡ଼ିକର ଚିହ୍ନଟ କାର୍ଯ୍ୟ ଦାୟିତ୍ବ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। ଏହା ରିଲିଫ୍ କୋଡ୍କୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି। ଏହା ଦ୍ବାରା ବହୁ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ବିଜୁ ଯୁବ ବାହିନୀ ଚଳିତ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିବାରୁ ଏବେ କେବଳ ବିଜେଡି କର୍ମୀମାନଙ୍କୁ ପକ୍କା ଘର ମିଳିବ। ରିଲିଫ୍ ଦାୟିତ୍ବରୋ ଥିବା ଅଧିକାରୀ ନିରପେକ୍ଷତାର ସହ କାର୍ଯ୍ୟ କରନ୍ତୁ, ଯେମିତି େକୗଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ିବେ। ଘରଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟାରେ ରାଜନୈତିକ ସ୍ବାର୍ଥ ରଖୁଥିବା ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବରୁ ନିବୃତ କରିବାକୁ ବିଜେପି ଦାବି କରିଛି। ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ବିନା ଟେଣ୍ଡର୍ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପ୍ରଦାନକୁ ବିଜେପି ବିରୋଧ କରିଛି। ଦଳର ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏସ୍ଆର୍ସିଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ଟଙ୍କଧର ତ୍ରିପାଠୀ, ଠାକୁର ରଣଜିତ ଦାସ ଓ ରାଜେନ୍ଦ୍ର ପଣ୍ଡା ସାମିଲ ହୋଇଥିଲେ।
ପକ୍କାଘର ହିତାଧିକାରୀ ଚିହ୍ନଟକୁ ଦଳୀୟ ଭିତ୍ତିରେ କରାଯାଉଛି: ବିଜେପି
ଏସ୍ଆର୍ସିଙ୍କୁ ଭେଟି ପ୍ରତିବାଦ ଜଣାଇଲା ଦଳ
/sambad/media/post_attachments/wp-content/uploads/2019/05/bjp-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)