ବିଜେପିର ପ୍ରତିନିଧି ଦଳ ଜଳେଶପଟା ଆଶ୍ରମ ପରିଦର୍ଶନ କରିବେ, ସନ୍ଧ୍ୟାରେ ଏସପିଙ୍କୁ ଭେଟିବେ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ମିଳିବା ପରେ ବିଜେପିର ଏକ ପ୍ରତିନିଧି ଦଳ ଜଳେଶପଟା ଆଶ୍ରମ ପରିଦର୍ଶନ କରିବେ ବୋଲି ଖବର ମିଳିଛି। ବିଜେପିର ଏହି ସଦସ୍ୟମାନେ ସନ୍ଧ୍ୟାରେ ଏସପିଙ୍କୁ ଭେଟିବେ ବୋଲି ଜଣାଯାଇଛି।
୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଜଣା ନମ୍ବରରୁ ଆସିଲା ଧମକପୂର୍ଣ୍ଣ ଫୋନକଲ୍ । ଆଶ୍ରମକୁ ବୋମା ପକାଇ ଉଡ଼ାଇ ଦେବାକୁ ଫୋନରେ ଧମକ ଦିଆଯାଇଛି । ଆଜି ସକାଳ ୯ଟା ସମୟରେ ଅଜଣା ନମ୍ବରରୁ ଆସିଥିଲା ଦ୍ୱିତୀୟ ଫୋନ କଲ୍ । ଗତକାଲି ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକପୂର୍ଣ୍ଣ ଫୋନ କଲ ଆସିଥିଲା ।
ଆସନ୍ତା ୪ ଦିନ ମଧ୍ୟରେ ଏକାଧିକ ବାର ଫୋନ କଲ ଜରିଆରେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । କୌଣସି ଅଜଣା ଫୋନ ନମ୍ବରରୁ ଏହି ହତ୍ୟା ଧମକ ଆସିବା ପରେ ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଆଶ୍ରମରେ ସୁରକ୍ଷାକୁ କଡାକଡି କରିଛନ୍ତି ତୁମୁଡ଼ିବନ୍ଧ ଆଇଆଇସି | ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଂଚିଥିବାବେଳେ ୮ବନ୍ଧୁକ ଧାରୀ ପୁଲିସ ଓ ଜଣେ ଅଫିସରଙ୍କୁ ମୁତୟନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାର୍ଯ୍ୟକାରୀ ଟିମ୍ ଏହି ଘଟଣାର ତଦନ୍ତ କରିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

 

ସମ୍ବନ୍ଧିତ ଖବର