କୁନ୍ଦୁଲି ପୀଡିତାଙ୍କ ଘରେ ବିଜେପି କେନ୍ଦ୍ରୀୟ ଟିମ୍‌

ସିବିଆଇ ତଦନ୍ତ ଦାବି

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣା ନେଇ ତଥ୍ୟ ସଂଗ୍ରହ କରିଛି ବିଜେପି କେନ୍ଦ୍ରୀୟ ଟିମ୍‌। ରାଷ୍ଟ୍ରୀୟ ସାଧାରଣ ସଂପାଦିକା ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ପୀଡିତାଙ୍କ ପରିବାର ସହ ଆଲୋଚନା କରିବା ପରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ରାଜ୍ୟ ସରକାର ଜାଣିଶୁଣି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବାରୁ ଏହି ସରକାରଙ୍କ କୌଣସି ତଦନ୍ତ ଉପରେ ପୀଡିତାଙ୍କ ପରିବାରର ଭରସା ନାହିଁ। ତେଣୁ ମାମଲାର ନିରପେକ୍ଷ ତଦନ୍ତ ଓ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଏହାକୁ ସିବିଆଇକୁ ଦେବା ପାଇଁ ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର