ଭୁବନେଶ୍ବର: ଯାଜପୁର ହରିଦାସପୁର ପିଇଓ ସ୍ମୀତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପୁଣି ଉଠାଇଛି । ଆଜି ବିଜେପି ମୁଖ୍ୟାଳୟରେ  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଘଟଣାରେ ମୃତ ପିଇଓ ସ୍ମୀତାରାଣୀଙ୍କ ପରିବାରକୁ ନ୍ୟାୟ ଦେବାକୁ  ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ତୁରନ୍ତ ତଦନ୍ତ କରି ନ୍ୟାୟ ନଦେଲେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

Advertisment

ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି । ଯାଜପୁର ଏସପି ଘଟଣାକୁ ନେଇ ମିଛ କହିଥିବା  ଅଭିଯୋଗ କରିଛି ବିଜେପି । ବେଆଇନ ରଙ୍ଗଶାଳା ତିଆରି ପଛରେ କାହାର ରହିଛି ହାତ, ସେ ସବୁର ଖୋଳତାଡ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବର୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ରୂପେଶ ଭଦ୍ରଙ୍କୁ  ଗିରଫ କରାଯାଇଛି।  ହୋଇଥିବାରୁ ତାର ବାକି ସହଯୋଗୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ରାଜ୍ୟ ବିଜେପି ।