ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ଦିନକୁ ଦିନ ରାଜନୀତି ଯୋର ଧରିବାରେ ଲାଗିଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବଙ୍କ ଆକ୍ଷେପ ଓ ପ୍ର୍ରତି ଆକ୍ଷେପ ନେଇ ରାଜନୀତି ଥମି ନ ଥିବା ବେଳେ ଆଜି ବିଜେପି ପକ୍ଷରୁ ଏହି ପ୍ରସଙ୍ଗ ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ହୋଇଛିି। ଏପରିକି ନବୀନ ନିବାସ ଚାରିପଟେ ଥିବା ସୁରକ୍ଷା ବଳୟକୁ ଭାଙ୍ଗି ବିଜେପି କର୍ମୀମାନେ ନବୀନ ନିବାସ ସମ୍ମୁଖ ରାସ୍ତାରେ ପହଞ୍ଚି ଯାଇ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପରେ ବହୁ ସଂଖ୍ୟକ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି।
କୁନ୍ଦୁଲି ପ୍ରସଙ୍ଗ ନେଇ ବିଜେପିର ନବୀନ ନିବାସ ଘେରାଉ ଉଦ୍ୟମ
/sambad/media/post_attachments/wp-content/uploads/2018/02/naveen-nivas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)