ଚୌଦ୍ବାର : ବିଜେପି କ୍ଷମତାକୁ ଆସିଲେ ହିତାଧିକାରୀଙ୍କୁ ଏକ ଟଙ୍କାରେ ଦେବ ୫ କିଲୋ ଚାଉଳ, ୫୦୦ ଗ୍ରାମ ଡାଲି ଓ ୫୦୦ ଗ୍ରାମ ଲୁଣ। ନବୀନ ସରକାରଙ୍କ ଏକ ଟଙ୍କିଆ ଚାଉଳକୁ ଜବାବ ଦେବାକୁ ଯାଇ ଚୌଦ୍ବାରରେ ଆୟୋଜିତ ନିର୍ବାଚନ ପ୍ରଚାର ସମାବେଶରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଚୌଦ୍ବାର ଓଟିଏମ୍ କଲୋନିରେ ଧର୍ମେନ୍ଦ୍ର ହେଲିକପ୍ଟରରେ ଓହ୍ଲାଇବା ପରେ ଏକ ବାଇକ୍ ରାଲିରେ ଚୌଦ୍ବାର କପାଳେଶ୍ବର ପଡ଼ିଆକୁ ଯାଇଥିଲେ। ସେଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବଶେରେ ଧର୍ମେନ୍ଦ୍ର କହିଥିଲେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ମିଳୁଛି। ଏଥିରେ ନରେନ୍ଦ୍ର ମୋଦୀ ବଜାରରେ ମିଳୁଥିବା ୩୨ ଟଙ୍କା ଚାଉଳରୁ ୨୯ ଟଙ୍କା ଦେଉଥିଲା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଦେଉଛନ୍ତି। ନବୀନ ବାବୁ ୧୯ ବର୍ଷ ସରକାରରେ ପର ଘର ତିଅଣରେ ଅତିଥି ସତ୍କାର କଲେ। ଓଡ଼ିଶାର ଲୋକ ଏହା ବୁଝିସାରିଲେଣି। ଓଡ଼ିଶାରେ ପରିବର୍ତ୍ତନର ସ୍ବର ବାରି ହୋଇପଡୁଛି। ଚୌଦ୍ବାରରେ ବିକାଶର ଧାରା ଅନେକ ପଛକୁ ଫେରି ଯାଇଛି। ଶିଳ୍ପ ସମୃଦ୍ଧ ଚୌଦ୍ବାର ଏକପ୍ରକାର ଶ୍ରୀହୀନ ହୋଇ ପଡିଛି। ଲୋକଙ୍କ ମୌଳିକ ସମସ୍ୟା ପ୍ରତି ରାଜ୍ୟ ସରକାର ସଚେତନ ନୁହନ୍ତି। ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଚୌଦ୍ବାର ମଣ୍ଡଳ ସଭାପତି ବୈରାଗୀ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ବିଧାନସଭା ପ୍ରାର୍ଥୀ ନୟନ କିଶୋର ମହାନ୍ତି, ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ବିଧାନସଭା ପ୍ରଭାରୀ ହାଡ଼ିବନ୍ଧୁ ସେନାପତି, ଉପସଭାପତି ବସନ୍ତ ହୋତା, ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ନାୟକ, ଭାଗିରଥୀ ଦଳାଇ, ଅମ୍ବିକା ସାମଲ, ପୂର୍ବତନ ପୌରାଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ପ୍ରଦୀପ ପଟ୍ଟନାୟକ, ଜୟନ୍ତ କୁମାର ସ୍ବାଇଁ, ସରୋଜ ରଣା, ବରିଷ୍ଠ ନେତା ଜ୍ଞାନେନ୍ଦ୍ର ସ୍ବାଇଁ, ସିକନ୍ଦର ଅଲ୍ଲୀ, ବୈଦେଶ୍ବର ପଣ୍ଡା, ନିରୋଦ ଚନ୍ଦ୍ର ପଣ୍ଡା, ମନୋରଂଜନ ସାହୁ, ହରିହର ରଣା, ଅନ୍ନପୂର୍ଣ୍ଣା ପଣ୍ଡା, ବିନୟ ମଲ୍ଲିକ, ଜିଲ୍ଲା ସଂପାଦକ ଅଜିତ୍ ସୁବୁଦ୍ଧିରାୟ, ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରବକ୍ତା ପ୍ରକାଶ ବଡ଼ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଚୌଦ୍ବାରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ରଙ୍କ ଘୋଷଣା : ଟଙ୍କାକରେ ଚାଉଳ, ଡାଲି, ଲୁଣ
/sambad/media/post_attachments/wp-content/uploads/2019/04/IMG_20190413_185646_6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)