ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ନ କରିବା ନିଷ୍ପତ୍ତି କ୍ଷୁର୍ଣ୍ଣ କରୁଛି ମୌଳିକ ଅଧିକାର; ଏହା ବିରୋଧରେ ଅଦାଲତକୁ ଯିବ ବିଜେପି

ଭୁବନେଶ୍ବର : ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ ନ କରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ କରିଛି ବିଜେପି। ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଜ କରାଯିବ ବୋଲି ବିଜେପି କହିଛି । ଏହା ଦ୍ୱାରା ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ଗତକାଲି ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାଯିବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ।

ଏହା ଏକ ସମ୍ବେଦନଶୀଳ ଘଟଣା ହେଇଥିବାରୁ ସାର୍ବଜନୀନ କରାଯିବନି ବୋଲି ପ୍ରଦୀପ୍ତ ମହାପାତ୍ର କହିଥିଲେ । ଏପରିକି ଆରଟିଆଇ ତଥ୍ୟ ମାଗିଲେ ବି ଦିଆଯିବିନି ବୋଲି କୁହାଯାଇଥିଲା । ହେଲେ ବ୍ରହ୍ମବିଭ୍ରାଟ ହୋଇଥିବା ନେଇ ସ୍ପଷ୍ଟ କରାଯାଇଥିଲା ଏବଂ ଏଥିର ସଂପୃକ୍ତ ସେବକଙ୍କୁ ୩ ମାସ ଭିତରେ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ।

ବ୍ରହ୍ମ ପରିବର୍ତ୍ତନରେ କାହିଁକି ହୋଇଥିଲା ବିଭ୍ରାଟ ? କ’ଣ ପାଇଁ ହୋଇଥିଲା ଠାକୁରଙ୍କ ନୀତିରେ ବିଭ୍ରାଟ୍ ? ନିଶାର୍ଦ୍ଧରେ ନ ହୋଇ ଦିନରେ କାହିଁକି ହୋଇଥିଲା ବ୍ରହ୍ମ ପରିବର୍ତ୍ତନ? ଏଭଳି ଅନେକ ପ୍ରଶ୍ନ ଜଗନ୍ନାଥପ୍ରେମୀଙ୍କୁ ଆନ୍ଦୋଳିତ କରିଥିଲା। ତେବେ ଏସବୁର କାରଣ ଜାଣିପାରିବେନି ଜନତା। ଜାଣିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର