୨ରେ ବିଧାନସଭା ଘେରାଉ କରିବ ‌ବିଜେପି

ଭୁବେନଶ୍ବର : ରାଜ୍ୟ ସରକାର ୨୨ବର୍ଷ ଶାସନ ଗାଦିରେ ରହିବି ଚାଷୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରାଜ୍ୟକୁ ଅନ୍ନ ଯୋଗାଉଥିବା ଅନ୍ନଦାତାଙ୍କୁ ସରକାର ସବୁବେଳେ ଭଣ୍ଡେଇ ଆସୁଛନ୍ତି। କେବଳ ପଞ୍ଚାୟତ ନିର୍ବାଚନ, ସାଧାରଣ ନିର୍ବାଚନ ବା ଉପନିର୍ବାଚନ ଆସିଲେ କ୍ଷମତାଲୋଭୀ ମୁଖ୍ୟମନ୍ତ୍ରୀ ଯୋଜନା ପରେ ଯୋଜନା ଘୋଷଣା କରି ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଥାନ୍ତି। ବି‌େଜପି ୧୩ଦିନ ହେଲା ବିଧାନସଭା ସମ୍ମୁଖରେ ଚାଷୀର ହକ୍ ପାଇଁ ସତ୍ୟାଗ୍ରହ ଚାଲୁ ରଖିଥିଲେ ହେଁ ସରକାର ଚାଷୀଙ୍କ ପାଇଁ କୌଣସି ଚିନ୍ତା କଲେ ନାହିଁ। ମୁଖ୍ୟମନ୍ତ୍ରୀ ବିଧାନସଭା ଗୃହକୁ ଆସୁନାହାନ୍ତି କି ବିଜେପିର ବିଧାୟକମାନେ ଚାଷୀ ପ୍ରସଙ୍ଗ ଉଠାଇଲେ ଶାସକ ଦଳ ଚାଷୀ ସମ୍ପର୍କରେ ଆଲୋଚନାକୁ ସହଯୋଗ କରୁନି। ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏଭଳି ମନୋଭାବକୁ ବିଜେପି ବିରୋଧ କରୁଛି। ତେଣୁ ଆସନ୍ତା ୨ତାରିଖରେ ବିଜେପି ସରକାରଙ୍କୁ ଘେରିବ। ବିଜେପି ନେତୃତ୍ୱରେ ଚାଷୀମାନେ ବିଧାନସଭା ଘେରାଉ କରିବେ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର