ରାଜ୍ୟର ୧୦୦୧ ମଣ୍ଡଳରେ ବିଜେପି ପାଳିବ ଉତ୍କଳ ଦିବସ

ଭୁବନେଶ୍ୱର : ବିଜେପି ପକ୍ଷରୁ ରାଜ୍ୟର ୧୦୦୧ ମଣ୍ଡଳରେ ଉତ୍କଳ ଦିବସ ପାଳନ କରାଯିବ। ସମସ୍ତ ମଣ୍ଡଳରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସାଧାରଣ ଜନତାଙ୍କ ସହ ଉତ୍କଳ ଦିବସ ପାଳନ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କାମ କରିଥିବା ମହାମନିଷୀମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଯଶକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସହାୟତାର ହାତ ବଢ଼ାଇଛନ୍ତି। ମାତ୍ର ରାଜ୍ୟ ବିକାଶର ସବୁଠାରୁ ବଡ଼ ବାଧକ ସାଜିଛି ଶାସକ ବିଜେଡି। ଉତ୍କଳ ଦିବସରେ ଯୁବପିଢ଼ିଙ୍କୁ ଯୋଡ଼ିବା ସହ ନୂଆ ସଂକଳ୍ପ ମାଧ୍ୟମରେ ଏକ ନୂତନ ଓଡ଼ିଶା ଗଠନ ତଥା ବିକାଶର ପଥରେ ଆଗେଇବା ପାଇଁ ବିଭିନ୍ନ କାର୍ଯ୍ୟକମ୍ର ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର