ଭୁବନେଶ୍ବର : ଆସନ୍ତା ୨୦୨୪ ମସିହା ନିର୍ବାଚନରେ ଓଡ଼ିଶା ବିଜେଡି ମୁକ୍ତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟର ସ୍ୱାଦ ଚାଖିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବୟାନବାଜି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସମୁକ୍ତ ଭାରତ କରିବେ ବୋଲି କହିଥିଲେ। କର୍ଣ୍ଣାଟକରେ ଫଳ ପାଇଲେ। ଏବେ ରାଜ୍ୟ ବିଜେପି ସଭାପତି ଓଡ଼ିଶାକୁ ବିଜେଡି ମୁକ୍ତ କରିବେ ବୋଲି ଘୋଷଣା କରିଛନ୍ତି। ଓଡ଼ିଶାର ଲୋକେ ତାର ଠିକଣା ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।

Advertisment

ଶ୍ରୀ ରାଉତ କହିଛନ୍ତି, ପରାଜୟର ସ୍ୱାଦ କ’ଣ ତାହା ମନମୋହନବାବୁ ଜାଣିଛନ୍ତି। ରାଜ୍ୟର ବିଜେପି ସଭାପତି ହେଲାପରେ କର୍ମୀମାନଙ୍କୁ ପରାଜୟର ସ୍ୱାଦ ଚଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ବିଜେପି ବିଧାନସଭାରେ ୨୩ରୁ ୧୩ ଆସନକୁ ଖସିବ, ଯେଉଁଭଳି ୨୦୦୯ ମସିହାରେ ୩୬ ଆସନରୁ ୬କୁ ଖସି ଆସିଥିଲା ବୋଲି ସେ କହିଛନ୍ତି।