ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବାକୁ ଯାଉଛି। ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ପୂରା ଉତ୍ତର-ପୂର୍ବାଞ୍ଚଳରେ ଆମ ପାର୍ଟିର ସରକାର ଚାଲିଛି। ‘ମୋଦୀ@୨୦ : ଡ୍ରିମସ୍ ମିଟ୍ ଡେଲିଭରି’ ପୁସ୍ତକର ଓଡ଼ିଶା ଚାପ୍ଟରକୁ ଉନ୍ମୋଚନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଏହା କହିଛନ୍ତି। ଭୁବନେଶ୍ବରସ୍ଥିତ ହୋଟେଲ ମେ ଫାୟାରଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅମିତ ଶାହ କହିଛନ୍ତି ଯେ, ସବୁ ଭ୍ରାନ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂର କରିପାରିବେ। ଏକଦା କିଛି ଲୋକ ଆମ ପାର୍ଟିକୁ ବେପାରୀ ଓ ବଣିଆଙ୍କ ପାର୍ଟି କହୁଥିଲେ। କିନ୍ତୁ ଏବେ ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରୁ ଅଛନ୍ତି। ସେହିପରି ଆମ ପାର୍ଟିରୁ ସର୍ବାଧିକ ଆଦିବାସୀ ସାଂସଦ ମଧ୍ୟ ଅଛନ୍ତି।
/sambad/media/post_attachments/wp-content/uploads/2022/08/FZpVe-MVQAAfweZ-e1659969839879.jpg)
ପୁସ୍ତକ ଉନ୍ମୋଚନ କରିବା ପରେ ଶାହ କହିଛନ୍ତି ଯେ, ମୋଦୀ ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି। ଲୋକଙ୍କ ବିଶ୍ୱାସକୁ ଜିତି ଆଜି ସେ ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସେ ସମାପ୍ତ କରିଦେଇଛନ୍ତି । ତାର ପ୍ରକୃଷ୍ଟ ଉଦାହରଣ ହେଲା ପ୍ରଥମ ଦଫାରେ ଗରିବ ଦଳିତ ଓକିଲଙ୍କୁ ଦେଶର ରାଷ୍ଟ୍ରପତି କରାଇଥିଲେ ଓ ଚଳିତ ଥର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ଅବସ୍ଥାପିତ କରାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ମୋଦୀ ଜିତିବେ। ୨୦୨୪ ସାଧାରଣ ନିର୍ବାଚନରେ ମୋଦୀ ଦୁଇ ତୃତୀୟାଂଶ ଭୋଟରେ ଜିତିବେ। ଶ୍ରୀ ଶାହଙ୍କ ପୁସ୍ତକ ଉନ୍ମେଚନ ସଭାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/08/Modi-1.jpg)
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ପାର୍ଟି ପକ୍ଷରୁ ଦିଆଯାଇଥିବା କାମକୁ ସଠିକ ଭାବେ ଏବଂ ଶୀଘ୍ର କାର୍ଯ୍ୟାନ୍ବୟନ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଗାଁର ୱାର୍ଡ ଓ ବୁଥସ୍ତରରେ ଅର୍ଥାତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା, ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ସେହିପରି ଘରେ ଘରେ ପଦ୍ମ ଫୁଲ ଅଙ୍କିବା ଉପରେ ମଧ୍ୟ ସେ ଗୁରୁତ୍ବ ଆରୋପ କରିଥିଲେ। ଏଥିସହ କଠିନ ପରିଶ୍ରମ କରି ଜୋରଦାର ଢଙ୍ଗରେ ଲଢେଇ କଲେ ଦଳ ସରକାରକୁ ଆସିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହ କହିଥିଲେ।
ସେହିପରି ୨୦୨୪ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଅମିତ ଶାହ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଦଳର ସ୍ୱରକୁ ଶାଣିତ କର। ଯେଉଁଠି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରୁଛନ୍ତି, ତାହାକୁ ଲୋକଲୋଚନକୁ ଆଣ। ଶାଣିତ ଢଙ୍ଗରେ ରାଜନୈତିକ ଆକ୍ରମଣ କର। ଓଡିଶାରେ ବହୁତ ସମ୍ଭାବନା ଓ ସୁଯୋଗ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/853155f7-7d1b-42e8-a754-7c8632922704.jpg)